ଅଧିକ ରାଫେଲ୍‌ ଆଣିବାକୁ ଭାରତୀୟ ପାଇଲଟ୍‌ ଫ୍ରାନ୍‌ସରେ

Advertisment
ଅଧିକ ରାଫେଲ୍‌ ଆଣିବାକୁ ଭାରତୀୟ ପାଇଲଟ୍‌ ଫ୍ରାନ୍‌ସରେ

Samachar Nama

ନୂଆଦିଲ୍ଲୀ: ଅଧିକ ସଂଖ୍ୟାରେ ରାଫେଲ୍‌ ଯୁଦ୍ଧ ବିମାନ ଆଣିବା ପାଇଁ ଭାରତୀୟ ବାୟୁସେନାର ଏକ ଦଳ ଫ୍ରାନ୍‌ସ ଗସ୍ତ କରିଛି। ଭାରତ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ୍‌ ଆଣି ସାରିବା ପରେ ଏବେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୪ଟି ରାଫେଲ୍‌ ଆଣିବାକୁ ଯାଉଛି। ଆସନ୍ତା ଚାରି ସପ୍ତାହ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ରାଫେଲ୍‌ ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଗତ ଜୁଲାଇ ୨୯ରେ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ୍‌ ଭାରତ ଆସିଥିଲା। ୫୯,୦୦୦ କୋଟି ଟଙ୍କା ବିନିମୟରେ ଭାରତ ଫ୍ରାନ୍‌ସ ସହ ଚୁକ୍ତି କରିଛି ଏବଂ ଏହି ଚୁକ୍ତି ଅନୁସାରେ ଭାରତ ମୋଟ ୩୬ଟି ରାଫେଲ୍‌ ବିମାନ ହାସଲ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe