ଶସ୍ତାରେ କୋଟି କୋଟି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବ ଶଜନାମଞ୍ଜି ପ୍ରୋଟିନ୍‌: ଆମେରିକୀୟ ବୈଜ୍ଞାନିକ

Advertisment
ଶସ୍ତାରେ କୋଟି କୋଟି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବ ଶଜନାମଞ୍ଜି ପ୍ରୋଟିନ୍‌: ଆମେରିକୀୟ ବୈଜ୍ଞାନିକ

ଓ୍ଵାସିଂଟନ୍‌: ଶଜନା ମଞ୍ଜିରୁ ନିର୍ଗତ ପୁଷ୍ଟିସାର ସ୍ୱଳ୍ପ ମୂଲ୍ୟରେ ବିକାଶଶାଳୀ ରାଷ୍ଟ୍ରଗୁଡ଼ିକରେ ଫଳପ୍ରଦ ଭାବେ ଜଳ ବିଶୋଧନ କରିବାରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ କହୁଛନ୍ତି।

ପରିବା ଓ ପ୍ରାକୃତିକ ତେଲ ପାଇଁ ବହୁଳ ଭାବେ ଚାଷ କରାଯାଉଥିବା ଶଜନା ଗଛର ମଞ୍ଜି ଏକ ପ୍ରକାର ଦେଶୀୟ ଜଳ ବିଶୋଧକ ଭାବେ ବ୍ୟବହୃତ ହୋଇ ସାରିଛି।

କିନ୍ତୁ ଏହି ପାରମ୍ପରିକ ବିଶୋଧକ ମଞ୍ଜି ଜଳରେ ବିପୁଳ ପରିମାଣର ଦ୍ରବିଭୂତ ଜୈବିକ କାର୍ବନ୍‌ ଛାଡୁଥିବାରୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ପାଣିରେ ପୁଣି ଅଣୁଜୀବ ହୋଇ ଯାଆନ୍ତି। ଏଥିରେ ବିଶୋଧିତ ଜଳ ଖୁବ୍‌ କମ୍‌ ସମୟ ପାଇଁ ପିଇବା ଉପଯୋଗୀ ହୋଇଥାଏ।

ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ କାର୍ନେଜି ମେଲନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ବାଲି ଓ ଶଜନାଗଛର ଅଂଶ ମିଶାଇ ଶସ୍ତାରେ ଫଳପ୍ରଦ ଜଳବିଶୋଧକ ତିଆରି କରିଛନ୍ତି। ଏହାକୁ ସେମାନେ ‘ଏଫ୍‌-ସ୍ୟାଣ୍ଡ୍‌’ ବୋଲି କହୁଛନ୍ତି।

ଶଜନାଗଛରୁ ମଞ୍ଜି ପୁଷ୍ଟିସାର ନିଷ୍କାସନ କରିବା ପରେ ବାଲିର ମୁଖ୍ୟ ଉପାଦାନ ସିଲିକା ରେଣୁ ଉପରେ ଏହାର ପ୍ରଲେପ ଦିଆଯାଇ ‘ଏଫ୍‌-ସ୍ୟାଣ୍ଡ୍‌’ ପ୍ରସ୍ତୁତି କରାଯାଏ। ଏହା ଅଣୁଜୀବ ମାରେ ଓ ପାଣିରୁ ଗୋଳିଆ ଅଂଶ କମାଇ ଦିଏ। ଏହି ବିଶୋଧିତ ଜଳ ଦୀର୍ଘ ସମୟ ଯାଏଁ ରଖି ପିଇ ହେବ।

ଜାତିସଂଘ ଆକଳନ ଅନୁସାରେ ବିଶ୍ୱରେ ୨. ୧ ନିୟୁତ ଲୋକ ଶୁଦ୍ଧ ପାନୀୟ ଜଳ ପାଉ ନାହାନ୍ତି ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ରହୁଛନ୍ତି ବିକାଶଶାଳୀ ଦେଶମାନଙ୍କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe