Image Courtesy of Hindustan Times
ନୂଆଦିଲ୍ଲୀ: ଲଦାଖ ସେକ୍ଟର୍ରେ ମୁତୟନ ହେବା ନିମନ୍ତେ ଭାରତ କ୍ରୟ କରିଥିବା ପାଞ୍ଚଟି ରାଫେଲ୍ ଲଢୁଆ ଜେଟ୍ ସମ୍ପ୍ରତି ହିମାଚଳ ପ୍ରଦେଶର ପାର୍ବତ୍ୟ ଅଞ୍ଚଳରେ ରାତ୍ରୀ ଉଡ଼ାଣ ଚଳାଇଛି। ଲଦାଖ ସେକ୍ଟର୍ ଅଞ୍ଚଳର ୧, ୫୯୭ କିଲୋମିଟର୍ ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାରେ ଯଦି ପରିସ୍ଥିତି ନ ସୁଧୁରେ ତେବେ, ଗୋଲ୍ଡେନ୍ ଆରୋ ସ୍କ୍ବଡର୍ନରେ ସାମିଲ ହୋଇଥିବା ରାଫେଲ୍ ଆକାଶରୁ ଆକାଶକୁ ନିକ୍ଷେପ ହେଉଥିବା ମେଟୋର୍ ମିସାଇଲ୍ ଏବଂ ଆକାଶରୁ ଭୂପୃଷ୍ଠକୁ କ୍ଷେପଣ ହେଉଥିବା ସ୍କାଲ୍ପ ମିସାଇଲ୍ ସହ ସେଠାରେ ପ୍ରସ୍ତୁତ ହୋଇ ରହିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ଜଣେ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀ କହିଛନ୍ତି ଯେ, ଅଧିକୃତ ଅକ୍ସାଇ ଚୀନ୍ରେ ପିପୁଲ୍ସ୍ ଲିବରେସନ୍ ଆର୍ମିର ରାଡାର୍ ରାଫେଲ୍ ଜେଟ୍ମାନଙ୍କର ଫ୍ରିକ୍ବେନ୍ସି ସିଗ୍ନେଚର୍ ଚିହ୍ନଟ କରି ଜାମ୍ କରିଦେବାର ସମ୍ଭାବନା ରହିଛି, ଏହି ଆଶଙ୍କାରେ ସେଗୁଡ଼ିକୁ ବାସ୍ତବ ନିୟନ୍ତ୍ରଣ ରେଖା ଠାରୁ ଦୂରରେ ରଖାଯାଇଛି।
Image Courtesy of Indian Defence Newsଅଧିକୃତ ଅକ୍ସାଇ ଚୀନ୍ର ପର୍ବତ ଚୂଡ଼ାରେ ଚୀନ୍ର ପିପୁଲସ୍ ଲିବରେସନ୍ ଆର୍ମି ସେମାନଙ୍କର ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସ୍ ରାଡାର୍ ସ୍ଥାପନ କରିଥିଲେ ବି ରାଫେଲ୍ର ଯୁଦ୍ଧକାଳୀନ ସିଗ୍ନେଚର୍ ମୋଡ୍ ସମରାଭ୍ୟାସରେ ଚାଲିଥିବା ମୋଡ୍ ଠାରୁ ଭିନ୍ନ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନାକୁ ଧ୍ୟାନରେ ରଖି ନିର୍ମାଣ ହୋଇଥିବାରୁ ‘ପିଏଲ୍ଏ’ର ବିମାନ ଠାବକାରୀ ରାଡାର୍ ସବୁ ଖୁବ୍ ଉଚ୍ଚମାନର ବୋଲି ଜଣାପଡ଼ିଛି।
ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ନିମନ୍ତେ ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଚାଲିଥିଲେ ବି ଭାରତର ତିନି ସେନା ପଶ୍ଚିମ ସେକ୍ଟର୍, ବାସ୍ତବ ନିୟନ୍ତ୍ରଣ ରେଖାର ବାକି ଅଂଶ ଏବଂ ସମୁଦ୍ର ଉପରେ ଦୃଷ୍ଟି ରଖିଛି।
Follow Us