Image Courtesy of India Today
ନୂଆଦିଲ୍ଲୀ: ଜୁଲାଇ ୧ ତାରିଖ ଦିନ ସମସ୍ତ ରେଳଗାଡ଼ି ୧୦୦% ସମୟାନୁବର୍ତ୍ତୀ ଥିଲେ ଏବଂ ଏହା ରେଳବାଇ ଇତିହାସରେ ପ୍ରଥମ ଘଟଣା ବୋଲି ଭାରତୀୟ ରେଳବାଇ କହିଛି। ଗତକାଲି ଚାଲିଥିବା ୨୦୧ଟି ଟ୍ରେନ୍ରୁ କେଉଁ ଗୋଟିକ ବିଳମ୍ବ ହୋଇ ନ ଥିବା କଥା ଭାରତୀୟ ରେଳବାଇ କହିଛି।
ଲକ୍ଡାଉନ୍ ବଳବତ୍ତର ଥିବାରୁ ଭାରତୀୟ ରେଳବାଇ ସମସ୍ତ ପାସେଞ୍ଜର୍ ଟ୍ରେନ୍ ବାତିଲ କରି ରେଳବାଇ ବଡ଼ କଟକଣାରେ ଅଳ୍ପ କିଛି ସ୍ବତନ୍ତ୍ର ରେଳ ଚଳାଉଛି।
ଜୁନ୍ ୨୩ ଦିନ ମଧ୍ୟ ଭାରତୀୟ ରେଳବାଇ ୯୯.୫୪% ସମୟାନୁବର୍ତ୍ତୀ ହୋଇ ପାରିଥିଲା। ସେଦିନ କେବଳ ଗୋଟିଏ ମାତ୍ର ଟ୍ରେନ୍ ବିଳମ୍ବ କରିଥିଲା। କିନ୍ତୁ, ଜୁଲାଇପ ପହିଲା ଦିନ ଭାରତୀୟ ରେଳବାଇର ୨୦୧ଟି ଟ୍ରେନ୍ ୧୦୦% ସମୟାନୁବର୍ତ୍ତିତା ହାସଲ କରିଥିଲେ।
Image Courtesy of Hindustan Timesଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ବୁଧବାର ଦିନ ଭାରତୀୟ ରେଳବାଇ ତା’ର ନେଟ୍ୱାର୍କରେ ଘରୋଇ ଯାତ୍ରୀବାହୀ ରେଳ ଚଳାଚଳକୁ ଅନୁମତି ଦେବାକୁ ଯୋଜନା କରିଛି। ୧୦୯ ଯୋଡ଼ା ରୁଟ୍ରେ ୧୫୧ଟି ଆଧୁନିକ ଟ୍ରେନ୍ ମାଧ୍ୟମରେ ଘରୋଇ ଯାତ୍ରୀବାହୀ ଟ୍ରେନ୍ ଚଳାଇବାକୁ ଭାରତୀୟ ରେଳବାଇ ‘ରିକ୍ବେଷ୍ଟ୍ ଫର୍ କ୍ବାଲିଫିକେସନ୍’ ଆହ୍ବାନ କରିଛି। ଏହି ପ୍ରକଳ୍ପରେ ଘରୋଇ ଉଦ୍ୟୋଗରୁ ପ୍ରାୟ ୩୦, ୦୦୦ କୋଟି ଟଙ୍କା ବିନିଯୋଗ ହୋଇପାରିବ।
Follow Us