Indian Railways: ପ୍ରମିୟମ୍‌ ଟ୍ରେନ୍‌ରୁ ଆୟ ବଢ଼ାଇବ ରେଳବାଇ

Advertisment

ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ରେଳବାଇ ଯାତ୍ରୀ ପରିବହନରୁ ଅଧିକ ରାଜସ୍ବ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଆକଳନ ଅନୁଯାୟୀ, ୨୦୨୬-୨୭ରେ ଯାତ୍ରୀ ପରିବହନରୁ ରେଳବାଇ ୮୭,୩୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବ।

ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ରେଳବାଇ ଯାତ୍ରୀ ପରିବହନରୁ ଅଧିକ ରାଜସ୍ବ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଆକଳନ ଅନୁଯାୟୀ, ୨୦୨୬-୨୭ରେ ଯାତ୍ରୀ ପରିବହନରୁ ରେଳବାଇ ୮୭,୩୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବ।

09bbs_85_09022026_112

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ରେଳବାଇ ଯାତ୍ରୀ ପରିବହନରୁ ଅଧିକ ରାଜସ୍ବ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଆକଳନ ଅନୁଯାୟୀ, ୨୦୨୬-୨୭ରେ ଯାତ୍ରୀ ପରିବହନରୁ ରେଳବାଇ ୮୭,୩୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବ, ଯାହାକି ଚଳିତ ଆର୍ଥିକ ବର୍ଷର ସଂଶୋଧିତ ଲକ୍ଷ୍ୟଠାରୁ ୯ ପ୍ରତିଶତ ଅଧିକ ହେବ।

ଆସନ୍ତା ଆର୍ଥିକ ବର୍ଷରେ ରେଳବାଇ ଅଧିକ ସଂଖ୍ୟାରେ ‘ବନ୍ଦେ ଭାରତ’ ଚେୟାର୍‌କାର୍‌ ଓ ଏସି ସ୍ଲିପର୍‌ ଶ୍ରେଣୀର ଟ୍ରେନ୍‌ ଭଳି ପ୍ରମିୟମ୍‌ ଟ୍ରେନ୍‌ ଚଳାଇବାକୁ ଲକ୍ଷ୍ୟ ରଖିଥିବାରୁ ରେଳବାଇର ଯାତ୍ରୀ ପରିବହନ ଆୟ ବଢ଼ିବ ବୋଲି ରେଳ ମନ୍ତ୍ରଣାଳୟ ଆଶା ପ୍ରକଟ କରିଛି। ଏହା ସହିତ ନୂଆ କରି ଆରମ୍ଭ ହୋଇଥିବା ‘ଅମୃତ ଭାରତ’ ଟ୍ରେନ୍‌ ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷରେ ଯାତ୍ରୀ ଭଡ଼ା ବାବଦ ଆୟ ପୂର୍ବ ଧାର୍ଯ୍ୟ ଲକ୍ଷ୍ୟଠାରୁ ହ୍ରାସ କରାଯାଇଛି।

ଆହୁରି ପଢ଼ନ୍ତୁ: Cricket: ଜିମ୍ବାୱେର ଏକତରଫା ବିଜୟ

ପଣ୍ୟ ପରିବହନ କ୍ଷେତ୍ରରେ ମଧ୍ୟ ରେଳବାଇର ଆୟ ବୃଦ୍ଧି ପାଇବ। ୨୦୨୬-୨୭ ଆର୍ଥିକ ବର୍ଷରେ ରେଳବାଇ ଏ କ୍ଷେତ୍ରରେ ୧.୮୮ ଲକ୍ଷ କୋଟି ଟଙ୍କାର ରାଜସ୍ବ ହାସଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହା ଚଳିତ ଆର୍ଥିକ ବର୍ଷ ପାଇଁ ହୋଇଥିବା ଚୂଡ଼ାନ୍ତ ଆକଳନ ଠାରୁ ୬ ପ୍ରତିଶତ ଅଧିକ ରହିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ରେଳବାଇର ଆର୍ଥିକ ପ୍ରଦର୍ଶନ ବିଷୟରେ ସୂଚନା ଦେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ରେଳବାଇର ରାଜସ୍ବ ବୃଦ୍ଧି ପାଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ରେଳବାଇର ଯାତ୍ରୀ ପରିବହନରୁ ଆୟ ଥିଲା ୭୦,୬୯୩ କୋଟି ଟଙ୍କା। ତାହା ୨୦୨୪-୨୫ ଆର୍ଥିକ ବର୍ଷରେ ୮୦ ହଜାର କୋଟିରେ ପହଞ୍ଚିବ ବୋଲି ସେ କହିଛନ୍ତି। ସେହିପରି ପଣ୍ୟ ପରିବହନ କ୍ଷେତ୍ରରେ ରାଜସ୍ବ ୨୦୨୩-୨୪ରେ ୧.୬୮ ଲକ୍ଷ କୋଟି ଟଙ୍କା ଥିଲା। ତାହା ୨୦୨୪-୨୫ରେ ୧.୭୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୫-୨୬ରେ ରେଳବାଇର ପଣ୍ୟ ପରିବହନରୁ ଆୟ ୧.୭୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବା ଆଶା କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe