Business Line
ନୂଆଦିଲ୍ଲୀ : ଭାରତୀୟ ରେଳ ଜୁଲାଇ ମାସରେ ୧୨୨.୧୪ ମେଟ୍ରିକ୍ ଟନ୍ ମାଲ୍ ପରିବହନ କରି ରେକର୍ଡ କରିଛି। ଜୁଲାଇ ମାସରେ ବର୍ଦ୍ଧିତ ମାଲ୍ ପରିବହନ ୯.୩ ମେଟ୍ରିକ୍ ଟନ୍ ରହିଛି। ଏହା ସହିତ ଭାରତୀୟ ରେଳ ମାସିକ ମାଲ୍ ପରିବହନ କ୍ଷେତ୍ରରେ ଏବେ ସୁଦ୍ଧା କ୍ରମାଗତ ୨୩ ମାସ ଧରି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତୀୟ ରେଳ ୧୧.୫୪ ମେଟ୍ରିକ୍ ଟନ୍ କୋଇଲା ପରିବହନ କରିଛି। ଏହା ବ୍ୟତୀତ, ୧.୨୨ ମେଟ୍ରିକ୍ ଟନ୍ ଅନ୍ୟ ମାଲ୍, ୦.୫୬ ମେଟ୍ରିକ୍ ଟନ୍ ସିମେଂଟ ଏବଂ ବଜୁରି ମଧ୍ୟ ପରିବହନ କରିଛି ବୋଲି ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ମିଳିଛି।
Follow Us