ଦଲାଲମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯାନ ଆରମ୍ଭ କଲା ରେଳବାଇ

Advertisment
ସାମାଜିକ ଦୂରତ୍ୱ ରଖିବା ପାଇଁ ରେଳ ମନ୍ତ୍ରାଳୟ ଇଞ୍ଜିନିୟର ଆଣିଲେ ଏହି ଉପକରଣ

Image Source: Zee News

ନୂଆଦିଲ୍ଲୀ: ଦଲାଲମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ରେଳବାଇ ଏକ ବିରାଟ ଅଭିଯାନ ଆରମ୍ଭ କରିଛି।  ଟ୍ରେନ୍‌ରେ ରିଜର୍ଭେସନ୍ ପାଇଁ ଟିକେଟ୍ କାଉଣ୍ଟର୍ ସବୁ ଖୋଲି ଯାଇଥିବାରୁ ଏହି ଦଲାଲମାନେ ସରଳ ବିଶ୍ବାସୀ ପ୍ରବାସୀ ଶ୍ରମିକମାନଙ୍କୁ ଠକିବାକୁ ପୁଣି ସକ୍ରିୟ ହୋଇଉଠିଛନ୍ତି।

ଏଭଳି ଦଲାଲମାନଙ୍କ ପାଲରେ ନ ପଡ଼ିବାକୁ ସର୍ବସାଧାରଣଙ୍କୁ ସଚେତନ କରାଇବାକୁ ଭାରତୀୟ ରେଳବାଇ ଗଣମାଧ୍ୟମଗୁଡ଼ିକୁ ଅନୁରୋଧ କରିଛନ୍ତି। ରେଳବାଇ କହିଛି ଯେ ଦଲଲୀ ବେଆଇନ୍ ଏବଂ ଦଲାଲଙ୍କ ଠାରୁ ଟିକେଟ୍ ଖରିଦ କରିବା ନିଷିଦ୍ଧ। ଦଲାଲମାନଙ୍କ ବିରୋଧରେ ରେଳବାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବୈଦ୍ୟୁତିକ ଗଣମାଧ୍ୟମମାନେ ସ୍କ୍ରୋଲର୍ସ ଚଲାନ୍ତୁ ବୋଲି ରେଳବାଇ କହିଛି।

publive-image Image Source: The Financial Express

ବିଜ୍ଞପ୍ତି ପ୍ରକାଶ କରି ରେଳବାଇ କହିଛି ଯେ ରିଜର୍ଭେସନ୍ ଟିକେଟ୍ ଅନ୍‌ଲାଇନ୍ ଏବଂ ରେଳବାଇ ରିଜର୍ଭେସନ୍ କାଉଣ୍ଟର୍‌ରେ କରିହେବ। ଆମେ ଏକତ୍ର ଏ ଲଢ଼େଇ ଲଢୁଛନ୍ତି। ଚାଲନ୍ତୁ, ଦେଶରୁ ଏହି ଅସ୍ବସ୍ଥତାକୁ ଚିରଦିନ ପାଇଁ ଉଚ୍ଛେଦ କରିଦେବା।

୨୦ ତାରିଖ ଦିନ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଆଇଆର୍‌ସିଟିସିର ଆଠଜଣ ଏ‌ଜେଣ୍ଟ୍‌ଙ୍କ ସମେତ ୧୪ ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୬, ୩୬, ୭୨୭ ଟଙ୍କା ମୂଲ୍ୟର ଟିକେଟ୍ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe