ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଭାରତୀୟ ରେଳବାଇ ପରିବେଷଣ କରିବ କେବଳ ନିରାମିଷ ଭୋଜନ

Advertisment
ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଭାରତୀୟ ରେଳବାଇ ପରିବେଷଣ କରିବ କେବଳ ନିରାମିଷ ଭୋଜନ

ନୂଆଦିଲ୍ଲୀ: ଯଦି ରେଳବାଇ ଦେଇଥିବା ପ୍ରସ୍ତାବ ଅନୁମୋଦନ ଲାଭ କରେ, ଅକ୍ଟୋବର ୨ ତାରିଖ ଦିନ କେବଳ ‘ରାଷ୍ଟ୍ରୀୟ ସ୍ୱଚ୍ଛତା ଦିବସ’ ନୁହେଁ, ସେଦିନ ନିରାମିଷବାଦର ପ୍ରସିଦ୍ଧ ଭାରତୀୟ ଆମ୍ବାସାଡର୍‌ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ ‘ନିରାମିଷ ଦିବସ’ ରୂପେ ପାଳନ କରାଯିବ।

୨୦୧୮, ୨୦୧୯ ଏବଂ ୨୦୨୦ ଅକ୍ଟୋବର ୨ ତାରିଖ ଦିନ ରେଳବାଇ ପରିସରରେ ଯାତ୍ରୀମାନଙ୍କୁ କୌଣସି ଆମିଷ ଭୋଜନ ପରିବେଷଣ କରାଯିବ ନାହିଁ ବୋଲି ରେଳବାଇ ବୋର୍ଡ ପ୍ରସ୍ତାବ ଦେଇଛି। ଏହି ସମୟରେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ଯୋଜନା କରୁଛନ୍ତି।

‘ନିରାମିଷ ଦିବସ’ ପାଳନ କରିବା ସହ ‘ଦାଣ୍ଡି ଯାତ୍ରା’ ପାଳନ ପାଇଁ ସାବରମତୀରୁ ଏକ ‘ସ୍ପେସାଲ୍‌ ସଲ୍‌ଟ୍‌ ରେକ୍‌’ ଏବଂ ଗାନ୍ଧୀଜୀଙ୍କ ସହ ସମ୍ପୃକ୍ତ କେତେକ ଷ୍ଟେସନ୍‌କୁ ସାବରମତୀରୁ ‘ସ୍ୱଚ୍ଛତା ଏକ୍‌ପ୍ରେସ୍‌ ଟ୍ରେନ୍‌’ ଚଳାଇବାକୁ ରେଳବାଇ ଯୋଜନା କରିଛି।

ମହାତ୍ମା ଗାନ୍ଧୀଙ୍କ ପାଣିଛାପା ଥିବା ଟିକିଟ୍‌ ମଧ୍ୟ ରେଳବାଇ ଜାରି କରିବ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe