ଯାତ୍ରୀ ହେଉନଥିବାରୁ ମେ' ୯ରୁ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିବ ରାଜଧାନୀ,ଶତାବ୍ଦୀ ଓ ଦୂରନ୍ତୋ ଏକ୍ସପ୍ରେସ ଟ୍ରେନ ଚଳାଚଳ

Advertisment
ଯାତ୍ରୀ ହେଉନଥିବାରୁ ମେ' ୯ରୁ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିବ ରାଜଧାନୀ,ଶତାବ୍ଦୀ ଓ ଦୂରନ୍ତୋ ଏକ୍ସପ୍ରେସ ଟ୍ରେନ ଚଳାଚଳ

ABP News

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ବଢୁଥିବା ବେଳେ ଲୋକେ ସଂକ୍ରମଣରୁ ବଂଚିବା ପାଇଁ ଘରେ ରହିବ ପାଇଁ ଉଚିତ ମନେ କରୁଛନ୍ତି | ଏ ନେଇ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା କମ ରହୁଛି | ଯାତ୍ରୀଙ୍କ ସଂଖ୍ୟା କମ ରହୁଥିବାରୁ ଏବେ ଭାରତୀୟ ରେଳ ଏକ ବଡ଼ ନିଷ୍ପତ୍ତି ନେଇଛି | ମେ' ୯ରୁ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ୨୮ଟି ଟ୍ରେନ ଚଳାଚଳ ସ୍ଥଗିତ ରଖିଛି ଭାରତୀୟ ରେଳ | ଏ ମଧ୍ୟରେ ରହିଛି ରାଜଧାନୀ,ଶତାବ୍ଦୀ ଓ ଦୂରନ୍ତୋ ଏକ୍ସପ୍ରେସ ଟ୍ରେନ |

ଏବେ ସଂକ୍ରମଣ ହାର ଅଧିକ ରହୁଥିବା ବେଳେ ଏହି ନିଷ୍ପତ୍ତି ନେଇଛି ଭାରତୀୟ ରେଳ | ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁଣି ଥରେ ସ୍ଥଗିତ ରଖାଯାଇଥିବା ଟ୍ରେନ ଚଳାଚଳ କରିବା ବୋଲି ଆଶା କରାଯାଉଛି |

Railways' premium trains lost passengers, people 'forced' to opt for  airlines: CAG report DNA India

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୧୨,୨୬୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩,୯୮୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୧୦,୭୭,୪୧୦ ଓ ମୃତ୍ୟୁସଂଖ୍ୟା ୨୩, ୦୧,୬୮ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୨୯,୧୧୩ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୭୨,୮୦,୮୪୪ରେ ପହଞ୍ଚିଛି। ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୫,୬୬,୩୯୮।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe