୨୦୨୩ ସୁଦ୍ଧା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିର ସମସ୍ତ ରାଜଧାନୀକୁ ସ‌ଂଯୋଗ କରିବା ଲକ୍ଷ ରଖିଛି ଭାରତୀୟ ରେଳବାଇ

୨୦୨୩ ସୁଦ୍ଧା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିର ସମସ୍ତ ରାଜଧାନୀକୁ ସ‌ଂଯୋଗ କରିବା ଲକ୍ଷ ରଖିଛି ଭାରତୀୟ ରେଳବାଇ

The Financial Express

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟଗୁଡ଼ିର ସମସ୍ତ ରାଜଧାନୀକୁ ୨୦୨୩ ସୁଦ୍ଧା ରେଳ ନେଟ୍‌ୱାର୍କ ଦ୍ବାରା ଯୋଡ଼ିବାର ଯୋଜନା ରଖିଛି ଭାରତୀୟ ରେଳବାଇ। ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଏକ ଭର୍ଚୁଆଲ୍‌ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି।

ବିନୋଦ କୁମାର ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ‘ଆମେ ଏକ ପ୍ରକଳ୍ପ ଆରମ୍ଭ କରିଛୁ ଯାହାକି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିର ସମସ୍ତ ରାଜଧାନୀକୁ ସଂଯୋଗ କରିବ। ଆଜି ସୁଦ୍ଧା ସିକିମ୍‌କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଉତ୍ତର-ପୂର୍ବ ରାଜ୍ୟର ରାଜଧାନୀକୁ ଯୋଡ଼ି ସାରିଛି ଭାରତୀୟ ରେଳବାଇ। ଏବେ ଆମେ ସମସ୍ତ ଉତ୍ତର-ପୂର୍ବ ରାଜ୍ୟର ରାଜଧାନୀକୁ ଯୋଡ଼ିବାର ଯୋଜନା ଆରମ୍ଭ କରିଛୁ। ଆସାମର ରାଜଧାନୀ ତ୍ରିପୁରା ଓ ଅରୁଣାଚଳପ୍ରଦେଶକୁ ଯୋଡ଼ା ଯାଇସାରିଛି। ମଣିପୁର, ମିଜୋରମା, ନାଗାଲାଣ୍ଡ ଏବଂ ମେଘାଳୟ ଆଦିକୁ ଯୋଡ଼ିବା ପାଇଁ କାମ ଆରମ୍ଭ ହୋଇଛି। ୨୦୨୨ ସୁଦ୍ଧା ମଣିିପୁର, ମେଘାଳୟ ସିକିମ ସହ ସଂଯୋଗ ହେବ ବୋଲି ଆଶା ରହିଥିବା ବେଳେ ୨୦୨୩ ସୁଦ୍ଧା ମିଜୋରାମ, ନାଗାଲାଣ୍ଡକୁ ସଂଯୋଗ କରାଯିବ ବୋଲି ଆଶା ରହିଛି।’

ଯାଦବ ଆହୁୁରି କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ରେଳ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଅନେକ କାମ କରି ସାରିଛି। ଆସନ୍ତା ୩ ବର୍ଷ ମଧ୍ୟରେ ଆହୁରି ଗୁଡ଼ା କାମର ଲକ୍ଷ୍ୟ ରହିଛି। ଗତ ପାଞ୍ଚ ବର୍ଷ ହେଲା ଯେଉଁ ଲକ୍ଷ ରଖି ଭାରତୀୟ ରେଳ କାମ ଆରମ୍ଭ କରିଛି ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଯାଦବ କହିିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe