ସମଗ୍ର ଦେଶରେ ୨୦୦ରୁ ଊର୍ଦ୍ଧ୍ୱ ନୂଆ ଲାଇନ୍‌ ପ୍ରଚଳନ କରିବ ଭାରତୀୟ ରେଳବାଇ: ଓଡ଼ିଶାରେ ୧୦ଟି

Advertisment
ସମଗ୍ର ଦେଶରେ ୨୦୦ରୁ ଊର୍ଦ୍ଧ୍ୱ ନୂଆ ଲାଇନ୍‌ ପ୍ରଚଳନ କରିବ ଭାରତୀୟ ରେଳବାଇ: ଓଡ଼ିଶାରେ ୧୦ଟି

ନୂଆଦିଲ୍ଲୀ: ଏବେ ବିଭିନ୍ନ ସ୍ତରରେ ନିର୍ମାଣାଧୀନ ଥିବା କେତେକ ନୂତନ ରେଳ ଲାଇନ୍‌କୁ କାର୍ଯ୍ୟକ୍ଷମ କରିବ ଭାରତୀୟ ରେଳବାଇ। ପ୍ରତ୍ୟେକ ରାଜ୍ୟରେ କାର୍ଯ୍ୟକ୍ଷମ ହେବାକୁ ଥିବା ନୂତନ ରେଳ ଲାଇନ୍‌ ସମ୍ପର୍କରେ ଗୁରୁବାର ଦିନ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରେଳବାଇ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହେନ୍‌ ସୂଚନା ଦେଇଛନ୍ତି।

ରେଳବାଇ ପ୍ରକଳ୍ପର ସମାପ୍ତି ରାଜ୍ୟ ସରକାର ଏବଂ କେନ୍ଦ୍ର ମନ୍ତ୍ରାଳୟଗୁଡ଼ିକର ବିଭିନ୍ନ ବିଭାଗରୁ ଅନୁମୋଦନ ଆବଶ୍ୟକ କରିଥାଏ। ଏଥିପାଇଁ ଜମି ଅଧିଗ୍ରହଣ, ଆରଣ୍ୟକ ଓ ବନ୍ୟପ୍ରାଣୀ ଆଦି ବିଭାଗରୁ ବୈଧାନିକ ଅନୁମୋଦନ ଲୋଡ଼ା ହୋଇଥାଏ। ନୂତନ ଲାଇନ୍‌ ପାଇଁ ନିଷ୍ପତ୍ତି ବାର୍ଷିକ ରେଳବାଇ ବଜେଟ୍‌ରେ ନିଆଯାଇଥାଏ।

ଆସାମ ଓ ଉତ୍ତରପୂର୍ବାଞ୍ଚଳ ଅଞ୍ଚଳରେ-୧୫
ଆନ୍ଧ୍ର ପ୍ରଦେଶ: ୧୮
ବିହାର: ୩୪
ଛତିଶଗଡ଼: ୮
ଦିଲ୍ଲୀ: ୧
ଗୁଜରାଟ: ୪
ହରିୟାଣା: ୭
ହିମାଚଳ ପ୍ରଦେଶ: ୪
ଜମ୍ମୁ ଓ କଶ୍ମୀର: ୧
ଝାଡ଼ଖଣ୍ଡ: ୧୪
କର୍ଣ୍ଣାଟକ: ୧୬
କେରଳ: ୨
ମଧ୍ୟ ପ୍ରଦେଶ: ୮
ମହାରାଷ୍ଟ୍ର: ୧୨
ଓଡ଼ିଶା: ୧୦
ପଞ୍ଜାବ: ୬
ରାଜସ୍ଥାନ: ୧୦
ତେଲେଙ୍ଗାନା: ୯
ତାମିଲନାଡୁ: ୮
ଉତ୍ତର ପ୍ରଦେଶ: ୧୫
ଉତ୍ତରାଖଣ୍ଡ: ୩
ପଶ୍ଚିମବଙ୍ଗ: ୧୮

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe