ପୂଜାପର୍ବାଣି ଉପଲକ୍ଷେ ଅକ୍ଟୋବର ୧୫ ଠାରୁ ଆଉ ୨୦୦ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଇବ ଭାରତୀୟ ରେଳବାଇ

ପୂଜାପର୍ବାଣି ଉପଲକ୍ଷେ ଅକ୍ଟୋବର ୧୫ ଠାରୁ ଆଉ ୨୦୦ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଇବ ଭାରତୀୟ ରେଳବାଇ

Image Courtesy of Zee News

ନୂଆଦିଲ୍ଲୀ: ଆଗାମୀ ପୂଜାପର୍ବାଣି ଉପଲକ୍ଷେ ଯାତ୍ରୀଭିଡ଼ ମୁକାବିଲା ଓ ପରିଚାଳନା କରିବାକୁ ଆଉ ୨୦୦ଟି ସ୍ବତନ୍ତ୍ର ରେଳ ଚଳାଇବାକୁ ଭାରତୀୟ ରେଳବାଇ ସ୍ଥିର କରିଛି । ଅକ୍ଟୋବର ୧୫ ତାରିଖ ଠାରୁ ଏହି ଟ୍ରେନ୍ ସବୁ ଚଳାଚଳ କରିବ।

ଗୁରୁବାର ଦିନ ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭି କେ ଯାଦବ କହିଛନ୍ତି ଯେ, ଯାତ୍ରୀ ଭିଡ଼ ସମ୍ଭାଳିବାକୁ ଅକ୍ଟୋବର ୧୫ ରୁ ନଭେମ୍ବର ୧୫ ମଧ୍ୟରେ ୨୦୦ଟି ସ୍ବତନ୍ତ୍ର ରେଳ ଚଳାଇବାକୁ ରେଳବାଇ ଯୋଜନା କରୁଛି।

ଯଦି ଚାହିଦା ବଢ଼େ, ତେବେ ରେଳବାଇ ଲଙ୍ଗ୍‌ ରୁଟ୍‌ରେ କ୍ଲୋନ୍‌ ଟ୍ରେନ୍ ମଧ୍ୟ ଚଳାଇପାରେ। ୱେଟିଙ୍ଗ୍ ଲିଷ୍ଟ୍‌ ବ୍ୟବସ୍ଥା ଶେଷ କରିବାକୁ ଭାରତୀୟ ରେଳବାଇ କ୍ଲୋନ୍‌ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ସେଥିପାଇଁ ସେପ୍ଟେମ୍ବର ୧୨ ତାରିଖ ଠାରୁ ରେଳବାଇ ୨୦ ଯୋଡ଼ା କ୍ଲୋନ୍‌ ଟ୍ରେନ୍ ଚଳାଉଛି।

publive-image Image Courtesy of The Hindu

ପ୍ରତିବର୍ଷ ଦୁର୍ଗାପୂଜା, ଦୀପାବଳି ଏବଂ ଛଟ୍‌ ଭଳି ପର୍ବପର୍ବାଣି ଅବସରରେ ବହୁସଂଖ୍ୟକ ଲୋକ ବିଭିନ୍ନ ରାଜ୍ୟକୁ ଯାତ୍ରା କରୁଥିବାରୁ ଭାରତୀୟ ରେଳବାଇ ଟ୍ରେନ୍‌ ସଂଖ୍ୟା ବଢ଼ାଇଥାଏ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, କୋଭିଡ୍-୧୯ ମହାମାରୀ ବ୍ୟାପିବା କାରଣରୁ ମାର୍ଚ ୨୫ ତାରିଖ ଠାରୁ ରେଳବାଇ ସମସ୍ତ ନିୟମିତ ପାସେଞ୍ଜର୍‌, ମେଲ୍ ଏବଂ ଏକ୍ସ୍‌ପ୍ରେସ୍ ଟ୍ରେନ୍ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ବନ୍ଦ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe