ବାଂଲାଦେଶକୁ ୨୦୦ ଯାତ୍ରୀବାହୀ କୋଚ୍ ଯୋଗାଇବ ଭାରତୀୟ ରେଳବାଇ

Advertisment
ବାଂଲାଦେଶକୁ ୨୦୦ ଯାତ୍ରୀବାହୀ କୋଚ୍ ଯୋଗାଇବ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ବାଂଲାଦେଶକୁ ୨୦୦ ଯାତ୍ରୀବାହୀ କୋଚ୍ ଯୋଗାଇବ। ବାଂଲାଦେଶ ରେଳବାଇକୁ ୨୦୦ ବ୍ରଡଗେଜ୍ (ବିଜି) ଯାତ୍ରୀବାହୀ କୋଚ୍ ଯୋଗାଣ ପାଇଁ ଇଞ୍ଜିନିୟରିଂ କନସଲଟାନ୍ସି ସଂସ୍ଥା ରାଇଟ୍ସ ଲିମିଟେଡ୍ ଚୁକ୍ତି ସ୍ୱାକ୍ଷର କରିଛି। ରାଇଟ୍ସ ହେଉଛି ଭାରତୀୟ ରେଳବାଇର ଏକ ଇଞ୍ଜିନିୟରିଂ କନସଲଟାନ୍ସି ସଂସ୍ଥା । ଏହି ଚୁକ୍ତିର ମୂଲ୍ୟ ୧୧୧.୨ ନିୟୁତ ଆମେରିକୀୟ ଡଲାର, ଯାହା କି ପ୍ରାୟ ୯୧୫ କୋଟି ଟଙ୍କା ସହ ସମାନ । ବିଶ୍ୱସ୍ତରରେ ଏକ ପ୍ରତିଯୋଗିତାମୂଳକ ନିଲାମ ପ୍ରକ୍ରିୟା ମାଧ୍ୟମରେ ଭାରତୀୟ ରେଳବାଇର ରପ୍ତାନି ବିଭାଗ ରାଇଟ୍ସ ଏହା ହାସଲ କରିଛି। ଏହି ପ୍ରକଳ୍ପ ପାଇଁ ୟୁରୋପୀୟ ନିବେଶ ବ୍ୟାଙ୍କ (ଇଆଇବି) ଅର୍ଥ ଯୋଗାଉଛି।

ଚୁକ୍ତିର ସର୍ତ୍ତାବଳୀ ଅନୁଯାୟୀ ରାଇଟ୍ସ ଯାତ୍ରୀ ବଗି ଯୋଗାଇଦେବ। ଏଥିସହ ଡିଜାଇନ ବିଶେଷଜ୍ଞତା, ସ୍ପେୟାର ପାର୍ଟସ ସପୋର୍ଟ ଓ ପ୍ରଶିକ୍ଷଣ ପ୍ରଦାନ କରିବେ। ଏହି ଚୁକ୍ତିରେ ଯୋଗାଣ ଏବଂ କାର୍ଯ୍ୟକ୍ଷମ ଅବଧି ୩୬ ମାସ ଅନ୍ତର୍ଭୁକ୍ତ । ଏହା ପରେ ୨୪ ମାସର ୱାରେଣ୍ଟି ଅବଧି ରହିବ।

ସୋମବାର ଢାକାରେ ବାଂଲାଦେଶ ରେଳମନ୍ତ୍ରୀ ମହମ୍ମଦ ଜିଲୁଲ୍ଲା ହାକିମଙ୍କ ଉପସ୍ଥିତିରେ ରାଇଟ୍ସ ଏବଂ ବାଂଲାଦେଶ ରେଳବାଇ ଅଧିକାରୀମାନେ ଏହି ଚୁକ୍ତିସ୍ୱାକ୍ଷର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe