ଭାରତୀୟ ବୈଜ୍ଞାନିକ ବାହାର କଲେ ଅଲଜାଇମର୍ସର ଚିକିତ୍ସା

ପୁଣେର ଅଗରକର ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ ଆଲଜାଇମର ରୋଗର ଚିକିତ୍ସା ପାଇଁ ନୂଆ ମଲେକ୍ଲ ବା ଅଣୁ ବିକଶିତ କରିଛନ୍ତି । ଏହା ଦ୍ବାରା ଏହି ରୋଗର ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଆଶାର ସଂଚାର ହୋଇଛି ।

alzheimers

ପୁଣେ: ଅଲଜାଇମର୍ସ ଏକ ଗୁରୁତର ନ୍ୟୁରୋଡିଜେନେରେଟିଭ୍ ବା ସ୍ନାୟବିକ ରୋଗ । ଏହା ମୁଖ୍ୟତଃ ବୟସ୍କ ଲୋକମାନଙ୍କଠାରେ ଦେଖାଦେଉଥିଲେ ବି ଆଜିକାଲି ୩୦-୪୦ ବର୍ଷର ଯୁବକମାନଙ୍କଠାରେ ବି ଏହା ଦେଖାଗଲାଣି । ଏହି ରୋଗ ହେଲେ ମଣିଷର ସ୍ମୃତିଶକ୍ତି, ଚିନ୍ତାଶକ୍ତି ଓ ଆଚରଣ ଗୁରୁତରଭାବେ ପ୍ରଭାବିତ ହୋଇଥାଏ । ସମଗ୍ର ବିଶ୍ୱରେ ୫୫ ନିୟୁତରୁ ଅଧିକ ଲୋକ ଆଲଜାଇମର୍ସ ଏବଂ ଏହା ଦ୍ୱାରା ହେଉଥିବା ଡିମେନ୍ସିଆ (ଭୁଲିବାରୋଗ) ସହିତ ସଂଘର୍ଷ କରୁଛନ୍ତି । ଏକ ପରିସଂଖ୍ୟାନ ଅନୁଯାୟୀ ପ୍ରତିବର୍ଷ ବିଶ୍ବରେ ୧୦ ନିୟୁତରୁ ଅଧିକ ଲୋକ ଆଲଜାଇମର୍ସ ଏବଂ ଡିମେନ୍ସିଆର ଶିକାର ହେଉଛନ୍ତି। କିନ୍ତୁ ଖୁସିର କଥା ହେଉଛି ୨ ଜଣ ଭାରତୀୟ ବୈଜ୍ଞାନିକ ଏହାର ଚିକିତ୍ସା ବାହାର କରିଛନ୍ତି ।

ସମଗ୍ର ବିଶ୍ୱରେ ୫୫ ନିୟୁତରୁ ଅଧିକ ଲୋକ ଆଲଜାଇମର୍ସ ଏବଂ ଏହା ଦ୍ୱାରା ହେଉଥିବା ଡିମେନ୍ସିଆ  ସହିତ ସଂଘର୍ଷ କରୁଛନ୍ତି । ଏକ ପରିସଂଖ୍ୟାନ ଅନୁଯାୟୀ ପ୍ରତିବର୍ଷ ବିଶ୍ବରେ ୧୦ ନିୟୁତରୁ ଅଧିକ ଲୋକ ଆଲଜାଇମର୍ସ ଏବଂ ଡିମେନ୍ସିଆର ଶିକାର ହେଉଛନ୍ତି। କିନ୍ତୁ ଖୁସିର କଥା ହେଉଛି ୨ ଜଣ ଭାରତୀୟ ବୈଜ୍ଞାନିକ ଏହାର ଚିକିତ୍ସା ବାହାର କରିଛନ୍ତି ।

ପୁଣେର ଅଗରକର ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ ଆଲଜାଇମର ରୋଗର ଚିକିତ୍ସା ପାଇଁ ନୂଆ ମଲେକ୍ଲ ବା ଅଣୁ ବିକଶିତ କରିଛନ୍ତି । ପ୍ରସାଦ କୁଲକର୍ଣ୍ଣି ଏବଂ ବିନୋଦ ଉଗ୍ଲେ ନାମକ ଦୁଇ ଜଣ ବୈଜ୍ଞାନିକ ସିନ୍ଥେଟିକ୍, କମ୍ପ୍ୟୁଟେସନଲ ଏବଂ ଇନ୍ ଭିଟ୍ରୋ ଅଧ୍ୟୟନ ସାହାଯ୍ୟରେ ନୂତନ ମଲେକ୍ଲ ଗୁଡ଼ିକର ଡିଜାଇନ୍ ଏବଂ ସଂଶ୍ଲେଷଣ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ଅଣୁଗୁଡ଼ିକ ଅଣ ବିଷାକ୍ତ ଏବଂ ଆଲଜାଇମର୍ସ ଚିକିତ୍ସାରେ ପ୍ରଭାବଶାଳୀ ହୋଇପାରେ । ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଏହି ଅଣୁ କୋଲିନେଷ୍ଟେରେଜ୍ ଏନଜାଇମ୍ ବିରୋଧରେ ପ୍ରଭାବଶାଳୀ ଅଟେ । ଏହାକୁ ବ୍ୟବହାର କରି ଔଷଧ ତିଆରି କରାଯାଇପାରିବ, ଯାହା ଏହି  ରୋଗକୁ  ଆରୋଗ୍ୟ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe