ଦେଶର ଦୁଇ ଶୀର୍ଷ ଗୋଇନ୍ଦା ଏଜେନ୍ସିର ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ସରକାର

Advertisment
ଦେଶର ଦୁଇ ଶୀର୍ଷ ଗୋଇନ୍ଦା ଏଜେନ୍ସିର ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ଗୋଇନ୍ଦା ଏଜେନ୍ସିର ମୁଖ୍ୟଙ୍କ କାର୍ଯ୍ୟକାଳ ୬ମାସ ଲେଖାଏଁ ବୃଦ୍ଧି କରିଛନ୍ତି ସରକାର। ସୂଚନା ଅନୁସାରେ, ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ରାଜୀବ ଜୈନ୍‌ ଓ ରିସର୍ଚ୍ଚ ଆଣ୍ଡ ଆନାଲିଟିକାଲ ଓ୍ଵିଙ୍ଗ (ର)ର ମୁଖ୍ୟ ଅନିଲ କୁମାର ଧସମାନାଙ୍କ କାର୍ଯ୍ୟକାଳ କେନ୍ଦ୍ର ସରକାର ୬ମାସ ବୃଦ୍ଧି କରିଛନ୍ତି। ଡିସେମ୍ବର ୩୦ ତାରିଖରେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା।

ରାଜୀବ ଜୈନ୍‌ ଓ ଅନିଲ ଧସ୍‌ମାନା ୨୦୧୭ ଜାନୁଆରି ପହିଲା ଦିନ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ପାଇଥିଲେ। ଏହି ଦୁଇଜଣଙ୍କର ପେସାଦାର ଗୋଇନ୍ଦା/ ଗୁପ୍ତଚର ଭାବରେ ଦୀର୍ଘ ଅଭିଜ୍ଞତା ରହିଛି। ଦୀର୍ଘ ୨୦ବର୍ଷ ଧରି ଏଇ ଦୁଇ ସଂସ୍ଥାରେ ସେମାନେ କାର୍ଯ୍ୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ କି ଇଣ୍ଟେଲିଜେନ୍ସ ବ୍ୟୁରୋ ଦେଶର ଆଭ୍ୟନ୍ତରୀଣ ପରିସରରେ କାର୍ଯ୍ୟ କରୁଥିବା ବେଳେ ‘ର’ ବିଦେଶରେ କାର୍ଯ୍ୟ କରିଥାଏ। ଜୈନ୍‌ ଝାଡଖଣ୍ଡ କ୍ୟାଡରର ଆଇପିଏସ୍‌ ଅଧିକାରୀ ହୋଇଥିବା ଧସ୍‌ମାନା ମଧ୍ୟପ୍ରଦେଶ କ୍ୟାଡରର ଆଇପିଏସ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe