ଫୁଡ ଡେଲିଭରି ବଏ ଭାବେ କାମ କରୁଥିବା ଛାତ୍ରଙ୍କୁ ହତ୍ୟା

Advertisment
ଫୁଡ ଡେଲିଭରି ବଏ ଭାବେ କାମ କରୁଥିବା ଛାତ୍ରଙ୍କୁ ହତ୍ୟା

ନୂଆଦିଲ୍ଲୀ: କାନାଡାରେ ଫୁଡ଼ ଡେଲିଭରି ବଏ ଭାବରେ କାମ କରୁଥିବା ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାରରେ ହିଂସାତ୍ମକ ଆକ୍ରମଣ କରାଯାଇଥିଲା। ଏଥିରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ଛାତ୍ରଙ୍କ ନାମ ଗୁରବିନ୍ଦର ନାଥ ବୋଲି ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଗୁରବିନ୍ଦର ନାଥ ଜୁଲାଇ ୯ ତାରିଖ ଦିନ ଦ୍ବିପହର ୨.୧୦ ସମୟରେ ମିସିସାଗାର ବ୍ରିଟାନିଆ ଏବଂ କ୍ରେଡିଟବ୍ୟୁରେ ପିଜା ବିତରଣ କରିବାକୁ ଯାଇଥିଲେ। ଏହି ସମୟରେ କିଛି ସନ୍ଦିଗ୍ଧ ଯୁବକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗୁରବିନ୍ଦରଙ୍କ ମୃତ୍ୟୁ ହୋଇଯାଇଥିଲା।

ଯାଞ୍ଚ ଏଜେନ୍ସି ଅନୁମାନ କରିଛନ୍ତି କି, ଏଥିରେ ଅନେକ ସନ୍ଦିଗ୍ଧ ବ୍ୟକ୍ତି ଅଛନ୍ତି ଏବଂ ଡେଲିଭରି ଏଜେଣ୍ଟକୁ କ୍ଷତି ପହଞ୍ଚାଇବା ପାଇଁ ଉକ୍ତ ଠିକଣାରେ ଖାଦ୍ୟ ଅର୍ଡର ଜାଣିଶୁଣି କରାଯାଇଥିଲା। ଏଥିସହିତ ଆକ୍ରମଣ ପୂର୍ବରୁ ପିଜା ଅର୍ଡରର ଏକ ଅଡିଓ ରେକର୍ଡିଂ ଯାଞ୍ଚ ଏଜେନ୍ସି ପ୍ରାପ୍ତ କରିଛନ୍ତି। ଏହାକୁ ଆଧାର କରି ଯାଞ୍ଚ କରାଯାଉଛି।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ କହିଛି, ସନ୍ଦିଗ୍ଧଙ୍କ ଆକ୍ରମଣ ଶିକାର ହେବାପରେ ଗୁରବିନ୍ଦର ଗାଡ଼ି ନେଇ ସେହି ସ୍ଥାନରୁ ଚାଲି ଯାଇଥିଲେ। କିଛିବାଟ ଗାଡ଼ି ନେଇ ଯିବ‌ା ପରେ ରାସ୍ତାରେ ଗାଡ଼ି ରଖି ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟଲୋକେ ତାଙ୍କ ଅବସ୍ଥା ଦେଖି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଡାକ୍ତର ସୂଚନା ଦେଇଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe