ଦେହରେ ୪ଟି ଗୁଳି ବାଜି ବି ଜୀବିତ ଭାରତୀୟ ଛାତ୍ର, କାଲି ଫେରିବେ ସ୍ବଦେଶ

ଦେହରେ ୪ଟି ଗୁଳି ବାଜି ବି ଜୀବିତ ଭାରତୀୟ ଛାତ୍ର, କାଲି ଫେରିବେ ସ୍ବଦେଶ

ନୂଆଦିଲ୍ଲୀ: ଘରକୁ ଫେରିବେ ୟୁକ୍ରେନର କିବରେ ଆହତ ହୋଇଥିବା ଛାତ୍ର। କିବରୁ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଫେବ୍ରୁଆରି ୨୭ରେ ତାଙ୍କ ଦେହରେ ଗୁଳି ବାଜିଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ଆସନ୍ତାକାଲି ସେ ଘରକୁ ଫେରିବେ ବୋଲି ଜଣାପଡ଼ିଛି। ଆହତଜଣକ ପଞ୍ଜାବର ହରଜୋତ ସିଂହ ବୋଲି ଜଣାପଡ଼ିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଭି.କେ ସିଂଙ୍କ ସହ ସେ ଭାରତ ଫେରିବେ ବୋଲି ଜଣାପଡ଼ିଛି।

ସୂଚନାନୁସାରେ, ଗାଜିଆବାଦର ହିନ୍ଦନ ଏୟାରଫୋର୍ସ ଷ୍ଟେସନରେ ଅବତରଣ କରିବ‌ାକୁ ଥିବା ସି-୧୭ ବାୟୁସେନା ବିମାନରେ ଭି.କେ ସିଂଙ୍କ ସହ ହରଜୋତ ଭାରତକୁ ଫେରିବେ। ହରଜୋତ  ପାସପୋର୍ଟ ହରାଇ ଥିବାରୁ ତାଙ୍କୁ ଏକ ଜରୁରୀକାଳୀନ ପ୍ରମାଣପତ୍ର (ଇସି) ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

publive-image indiatoday

ସୂଚନା ମୁତାବକ, ହରଜୋତ ଦିଲ୍ଲୀର ଛତ୍ରପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ସେ ତାଙ୍କ ପରିବାର ସହିତ ସେଠାରେ ରୁହନ୍ତି। ସେ କିବର ଆନ୍ତର୍ଜାତୀୟ ୟୁରୋପୀୟ ବିଶ୍ୱବିଦ୍ୟାଳୟରେ ଏକ ଭାଷା ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଯେତେବେଳେ ତାଙ୍କୁ ଗୁଳି କରାଯାଇଥିଲା ସେତେବେଳେ ହରଜୋତ ସାଙ୍ଗମାନଙ୍କ ସହିତ ଏକ କ୍ୟାବରେ କିବରୁ ବାହାରି ଲ୍ବିବକୁ ଯାଉଥିଲେ। ଛାତିରେ ଗୋଟିଏ ଗୁଳି ସମେତ ଚାରିଟି ଗୁଳି ବାଜିବା ପରେ ବି ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଯାଇଥିଲା।

ଗୁଳି ବାଜିବା ସମୟର ଅନୁଭୂତି କହିବାକୁ ଯାଇ ହରଜୋତ କହିଛନ୍ତି ଯେ, ଆମେ କିବରୁ ଲ୍ବିବକୁ ଏକ କ୍ୟାବରେ ଯାଉଥିଲୁ। ଆମକୁ ବ୍ୟାରିକେଡରେ ଅଟକାଇ ଦିଆଯିବା ସହ ହଠାତ୍ ଗୁଳି ବର୍ଷା ହୋଇଥିଲା। ମୁଁ ଭାବିଲି ଏହା ହେଉଛି ମୋର ଶେଷ ଦିନ। ମୁଁ ଭଗବାନଙ୍କ ପାଇଁ ଆଜି ଜୀବିତ। ମୁଁ ଜାଣେ ନାହିଁ ମୁଁ ଯେଉଁ ଲୋକଙ୍କ ସହିତ ଥିଲି ସେମାନଙ୍କ ଜୀବିତ କି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe