ଭାରତୀୟ ଛାତ୍ର ସଂସଦର ଦଶମ ଜାତୀୟ ଅଧିବେଶନ : ଓଡ଼ିଶାରୁ ପ୍ରତିନିଧିତ୍ବ କଲେ ତବ୍ରେଜ ଖାନ

Advertisment
ଭାରତୀୟ ଛାତ୍ର ସଂସଦର ଦଶମ ଜାତୀୟ ଅଧିବେଶନ : ଓଡ଼ିଶାରୁ ପ୍ରତିନିଧିତ୍ବ କଲେ ତବ୍ରେଜ ଖାନ

Facebook

ନୂଆଦିଲ୍ଲୀ : ଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆରମ୍ଭ ହୋଇଥିବା ଭାରତୀୟ ଛାତ୍ର ସଂସଦର ଦଶମ ଜାତୀୟ ଅଧିବେଶନରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିଛନ୍ତି ଇଞ୍ଜିନିୟର ତବ୍ରେଜ ଖାନ। ଭାରତୀୟ ଛାତ୍ର ସଂସଦରେ ଦେଶର ବିଭିନ୍ନ ରାଜ୍ୟରୁ ପାଖାପାଖି ୨ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି।

ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡୁ ଏହି ଛାତ୍ରସଂସଦ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ, କେରଳ ବିଧାନସଭା ବାଚସ୍ପତି ଶ୍ରୀ ରାମକ୍ରିଷ୍ଣାନ୍, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲ ଓ ଭାରତୀୟ ଛାତ୍ର ସଂସଦର ଅଧ୍ୟକ୍ଷ ରାହୁଲ କର୍ଣ୍ଣାଡକୁ ସମ୍ବୋଧନ କରିଛନ୍ତି। ସମ୍ମିଳନୀରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଇଂ ତବ୍ରେଜ୍ ଖାନ ସୋସିଆଲ ମିଡିଆର ବିଭିନ୍ନ ଦିଗ ଉପରେ ନିଜର ମତ ଉପସ୍ଥାପନ କରିଥିଲେ। ଏତଦ୍ବ୍ୟତୀତ ବିଭିନ୍ନ ଜ୍ବଳନ୍ତ ପ୍ରସଙ୍ଗରେ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧି ମାନେ ମତବ୍ୟକ୍ତ କରିବା ସହିତ ବିଶେଷଜ୍ଞ ମାନଙ୍କ ସହିତ ଖୋଲା ଆଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଇଂ ତବ୍ରେଜ ଖାନ୍‌ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଓ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe