ନୂଆଦିଲ୍ଲୀ: ଇଟାଲିରେ କିଛି ଭାରତୀୟ ବିଦ୍ୟାର୍ଥୀ ଆକ୍ରମଣର ଶିକାର ହୋଇଛନ୍ତି। ଏନେଇ ବିଦ୍ୟାର୍ଥୀମାନେ ଆଦୌ ଭୟ ନକରିବାପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିବା ସହ ସେମାନଙ୍କୁ ଆଶ୍ୱାସନା ପ୍ରଦାନ କରିଛନ୍ତି। ଇଟାଲିର ମିଲନ୍ରେ ଭାରତୀୟ ବିଦ୍ୟାର୍ଥୀମାନଙ୍କ ଉପରକୁ ହୋଇଥିବା ଆକ୍ରମଣର କାରଣ ଜାତିଗତ କିମ୍ବା ଅନ୍ୟ କ’ଣ ତାହା ଜଣାନପଡ଼ିଥିଲେ ବି ନିଜେ ସୁଷମା ଏହାର ଯାଞ୍ଚ କରୁଛନ୍ତି। ଫ୍ୟାଶନ୍ ଏବଂ ଡିଜାଇନ୍ର ବୈଶ୍ୱିକ ରାଜଧାନୀ କୁହାଯାଉଥିବା ମିଲନକୁ ପ୍ରତିବର୍ଷ ଅନେକ ଭାରତୀୟ ବିଦ୍ୟାର୍ଥୀ ଡିଜାଇନ ଶିକ୍ଷା ଗ୍ରହଣ ପାଇଁ ଯାଉଛନ୍ତି। ମିଲନରେ ଥିବା ଭାରତର ବାଣିଜ୍ୟିକ ରାଷ୍ଟ୍ରଦୁତ୍ତ ସୁଷମାଙ୍କୁ ଏହି ଘଟଣା ସଂକ୍ରାନ୍ତରେ ବିସ୍ତତ ରିପୋର୍ଟ ଦେବାପରେ ସୁଷମା ନିଜେ ଏହି ଘଟଣାର ତଦାରଖ କରୁଛନ୍ତି। ଅନ୍ୟ ପକ୍ଷରେ ଇଟାଲିୟ ପ୍ରଧାନମନ୍ତ୍ରୀ ପାଓଲୋ ଗେଣ୍ଟିଲୋନି ଏବେ ଦୁଇ ଦିନିଆ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଉଭୟ ପକ୍ଷ ବାଣିଜ୍ୟ, ଶକ୍ତି ଏବଂ ରେଲେଓ୍ଵ ସେକ୍ଟରରେ ୬ଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି।
ଇଟାଲିରେ ଭାରତୀୟ ବିଦ୍ୟାର୍ଥୀଙ୍କ ଉପରେ ଆକ୍ରମଣ: ସୁଷମାଙ୍କ ଆଶ୍ୱାସନା
Advertisment
Follow Us