ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ସାମି

ଜାନୁଆରୀ ୨୨ରୁ ଇଂଲଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଭାରତ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଖେଳିବ। ଅଭିଜ୍ଞ ବୋଲର ମହମ୍ମଦ ସାମି ଦଳକୁ ଫେରିଛନ୍ତି।

ଅଦ୍ୟତନ ହୋଇଛି
ମହମ୍ମଦ ସାମି ବିଶ୍ୱ ଏକାଦଶରେ ସାମିଲ, ଟି-୨୦ରେ ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବେ

ମୁମ୍ବାଇ : ଜାନୁଆରୀ ୨୨ରୁ ଇଂଲଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଭାରତ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଖେଳିବ। ଅଭିଜ୍ଞ ବୋଲର ମହମ୍ମଦ ସାମି ଦଳକୁ ଫେରିଛନ୍ତି। ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି। ଅକ୍ଷର ପଟେଲଙ୍କୁ ଉପଅଧିନାୟକ କରାଯାଇଛି। ହର୍ଷିତ ରାଣା ଏବଂ ଅର୍ଶଦୀପ ସିଂହ ମଧ୍ୟ ଟିମ୍ ଇଣ୍ଡିଆର ସଦସ୍ୟ ଅଛନ୍ତି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ରାତିରେ ଟି-୨୦ ଶୃଙ୍ଖଳା ପାଇଁ ଦଳ ଘୋଷଣା କରିଛି। ସାମି ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ବାହାରେ ଥିଲେ। କିନ୍ତୁ ଏବେ ସେ ଫେରିଆସିଛନ୍ତି। ସାମି ଆହତ ହେବା ପରଠାରୁ କ୍ରିକେଟରୁ ଦୂରେଇ ଥିଲେ। କିନ୍ତୁ ନିକଟରେ ଘରୋଇ ମ୍ୟାଚ୍ ରେ ସେମାନେ ଭଲ ପ୍ରଦର୍ଶନ କରିଥିଲେ। ଏବେ ସେ ଟିମ୍ ଇଣ୍ଡିଆରେ ଯୋଗ ଦେଇଛନ୍ତି।

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ନୋଇ, ୱାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ (ୱିକେଟ୍ ରକ୍ଷକ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe