Image Courtesy of Twitter
ନୂଆଦିଲ୍ଲୀ: ପ୍ରତ୍ୟର୍ପଣ ଆଶାରେ ଡୋମିନିକାରେ ଥିବା ଭାରତୀୟ ଟିମ୍ ସମ୍ପ୍ରତି ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କ ବିନା ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ଖବର ବିଶେଷସୂତ୍ରରୁ ଜଣାପଡ଼ିଛି।
ଯଦି ଚୋକ୍ସିଙ୍କୁ ପ୍ରତ୍ୟର୍ପଣ କରାଯାଏ, ତାହେଲେ ତାଙ୍କୁ ଭାରତ ନେଇ ଆସିବା ଲାଗି ‘ସିବିଆଇ’ର ଦୁଇଜଣ ଅଧିକାରୀଙ୍କ ସମେତ ୮ଜଣିଆ ସଦସ୍ୟବିଶିଷ୍ଟ ଭାରତୀୟ ଟିମ୍ ମେ ୨୮ ତାରିଖ ଦିନ କ୍ୟାରିବୀୟ ଦ୍ବୀପ ଡୋମିନିକାରେ ଅବତରଣ କରିଥିଲେ।
ସେମାନଙ୍କୁ ଡୋମିନିକା ନେଇ ଯାଇଥିବା କ୍ବତାର ଏକ୍ଜିକ୍ୟୁଟିଭ୍ ବିଜ୍ନେସ୍ ଜେଟ୍ ‘ବୋମ୍ବାର୍ଡିୟର୍ ଗ୍ଲୋବାଲ୍ ୫୦୦୦’ ଗୁରୁବାର ରାତି ୮.୧୦ରେ ଡୋମିନିକାରୁ ପ୍ରତ୍ୟାବର୍ତ୍ତନ କରିଥିବା ସୂଚନା ମିଳିଛି। ସମ୍ପ୍ରତି ପୁଲିସ ପହରାରେ ମେହୁଲ୍ ଚୋକ୍ସି ‘ଡୋମିନିକା-ଚାଇନା ଫ୍ରେଣ୍ଡ୍ସିପ୍ ହସ୍ପିଟାଲ୍’ରେ ଅଛନ୍ତି।
Image Courtesy of India Todayପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି ଆଗାମୀ ଏକ ମାସ ପର୍ଯ୍ୟନ୍ତ ଭାରତ ଆସିବାର ସମ୍ଭାବନା ନାହିଁ। କାରଣ, ଡୋମିନିକାର ଦୁଇଟି ଅଦାଲତରେ ତାଙ୍କର ଦୁଇଟି ପୃଥକ୍ ମାମଲା ବିଚାର କରାଯାଉଛି। ଦୁଇଟି ମାମଲା ମୀମାଂସା ନ ହେଲା ପର୍ଯ୍ୟନ୍ତ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ନାହିଁ।
ବିଚାର ଚାଲିଥିବା ଦୁଇଟି ମାମଲାରୁ ହାଇକୋର୍ଟରେ ଥିବା ପ୍ରଥମ ମାମଲାଟି ହେଉଛି ଡୋମିନିକା ପୁଲିସ କ’ଣ ମେହୁଲ୍ ଚୋକ୍ସିଙ୍କୁ ବେଆଇନ ଭାବେ ଗିରଫ କରିଛି? ଏବଂ ତାଙ୍କୁ କେଉଁ ଦେଶକୁ ପଠାଯିବ?
ଅନ୍ୟ ଏକ ମାମଲା ବିଚାର ହେଉଛି ମାଜିଷ୍ଟ୍ରେଟ୍ କୋର୍ଟରେ। ସେ ମାମଲା ହେଲା, ବେଆଇନ ଭାବେ ତାଙ୍କ ଦେଶକୁ ଚୋକ୍ସିଙ୍କ ପ୍ରବେଶ। ଏ ଦୁଇଟି ମାମଲାର ବିଚାର ନ ସରିବା ପର୍ଯ୍ୟନ୍ତ ମେହୁଲଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବା ଅସମ୍ଭବ।
Follow Us