୪ ବର୍ଷୀୟା ବାଳିକା ବାଲକୋନିରେ କାନ୍ଦୁଥିବା ଦେଖିବା ପରେ ଆମେରିକାରେ ଆପାର୍ଟମେଣ୍ଟ ଭିତରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତହେଦ

ଏବେ ବି ରହସ୍ୟ ଘେରରେ ଦମ୍ପତିଙ୍କ ମୃତ୍ୟୁର କାରଣ

୪ ବର୍ଷୀୟା ବାଳିକା ବାଲକୋନିରେ କାନ୍ଦୁଥିବା ଦେଖିବା ପରେ ଆମେରିକାରେ ଆପାର୍ଟମେଣ୍ଟ ଭିତରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତହେଦ

Gulti.com

ନ୍ୟୁଜର୍ସି: ଆମେରିକାରେ ଜଣେ ଭାରତୀୟ ଦମ୍ପତିଙ୍କ ମୃତଦେହ ରହସ୍ୟଜନକ ଅବସ୍ଥାରେ ମିଳିବା ପରେ ଏହି ଘଟଣାକୁ ନେଇ ଏବେ ସେଠାରେ ହଇଚଇ ସୃଷ୍ଟି ହୋଇଛି। ମୃତ ଦମ୍ପତିଙ୍କର ୪ ବର୍ଷୀୟା ଶିଶୁକନ୍ୟା ଘରର ବାଲକୋନିରେ ଏକାକୀ କାନ୍ଦୁଥିବା ଦେଖିବା ପରେ ପାଖ ପଡ଼ୋଶୀମାନେ ଯାଇ ଘର ଭିତରେ ଦମ୍ପତିଙ୍କର ମୃତହେଦ ପଡ଼ିଥିବା ଦେଖିବାକୁ ପାଇଥିଲେ। ଆମେରିକା ପୁଲିସ୍‌ ପ୍ରାଥମିକ ତଦନ୍ତ ପରେ ଦମ୍ପତିଙ୍କୁ ଛୁରୀ ସାହାଯ୍ୟରେ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲେ ମଧ୍ୟ କିଏ, କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଦମ୍ପତିଙ୍କୁ ହତ୍ୟା କଲା ତାହାର କାରଣ ଏଯାବତ୍‌ ଖୋଜି ପାଇପାରି ନାହିଁ।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବୃତ୍ତିରେ ଜଣେ ଆଇଟି ପ୍ରଫେସନାଲ ଥିବା ବାଲାଜୀ ଭରତ ରୁଦ୍ରଓ୍ଵାର (୩୨) ୨୦୧୪ରେ ଆରତୀ ବାଲାଜୀ ରୁଦ୍ରଓ୍ଵାର (୩୦)ଙ୍କୁ ବିବାହ କରିବା ପରେ ସପତ୍ନୀକ ଆମେରିକା ଚାଲିଯାଇଥିଲେ ଏବଂ ନ୍ୟୁ ଜର୍ସିର ଉତ୍ତର ଆର୍ଲିଙ୍ଗଟନ୍‌ ବୋରୱେଲର ରିଭରଭ୍ୟୁ ଗାର୍ଡେନ୍‌ କମ୍ପ୍ଲେକ୍ସରେ ଥିବା ୨୧ଗାର୍ଡେନ୍‌ ଟେରସ୍‌ ଆପାର୍ଟମେଣ୍ଟରେ ରହୁଥିଲେ।

publive-image NDTV

ପ୍ରଥମେ ବାଲାଜୀ ଛୁରୀରେ ପତ୍ନୀ ଆରତୀଙ୍କୁ ହତ୍ୟା କଲାପରେ ନିଜେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଆମେରିକୀୟ ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି; ତେବେ ଏନେଇ ଏଯାବତ୍‌ କୌଣସି ପ୍ରକାରର ଶେଷ ସିଦ୍ଧାନ୍ତରେ ପହଞ୍ଚିପାରି ନାହିଁ ତଦନ୍ତକାରୀ ସଂସ୍ଥା। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ଏବଂ ଏହି ରିପୋର୍ଟ ମିଳିବା ପରେ ହିଁ କାରଣ ସଂପର୍କରେ ଯାହା କିଛି ସ୍ପଷ୍ଟ ହେବ ବୋଲି କହିଛି ପୁଲିସ୍‌।

ଏହି ଘଟଣାପରେ ଭାରତରେ ରହୁଥିବା ବାଲାଜୀଙ୍କ ପିତା ଭରତ ରୁଦ୍ରୱର ଗଣମାଧ୍ୟମକୁ କହିଛନ୍ତି ଯେ ବୁଧବାର ଦିନ ପଡୋଶୀମାନେ ମୋ ନାତୁଣୀକୁ ବାଲକୋନିରେ କାନ୍ଦୁଥିବା ଦେଖି ସ୍ଥାନୀୟ ପୁଲିସକୁ ସୂଚନା ଦେବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘରଭିତରୁ ସେମାନଙ୍କର ମୃତଦେହକୁ ଉଦ୍ଧାର କରିଥିଲା। ସେ କହିଛନ୍ତି, ମୋ ବୋହୂ ସାତ ମାସର ଗର୍ଭବତୀ ଥିଲା। ଆମେ ସେମାନଙ୍କ ଘରକୁ ଯାଇଥିଲୁ ଏବଂ ପୁନର୍ବାର ସେମାନଙ୍କ ସହିତ ରହିବା ପାଇଁ ଆମେରିକା ଗସ୍ତ ପାଇଁ ଯୋଜନା କରୁଥିଲୁ। ସେମାନେ ଏକ ସୁଖୀ ପରିବାର ଏବଂ ସୁନ୍ଦର ପଡ଼ୋଶୀ ଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe