ନୂଆଦିଲ୍ଲୀ: ଦୁବାଇ ଏୟାର ସୋ’ର ଶେଷ ଦିନରେ ଭାରତୀୟ ବାୟୁସେନାର ସ୍ୱଦେଶୀ ଲଢୁଆ ବିମାନ ତେଜସ୍ (ଏଲ୍ସିଏ ମାର୍କ-୧) ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା। ଅଲ୍ ମକ୍ତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ଥାନୀୟ ସମୟ ଅପରାହ୍ଣ ୨.୧୦ରେ (ଭାରତୀୟ ସମୟ ଅପରାହ୍ନ ୩.୪୦) ଉଡ଼ାଣ କୌଶଳ ପ୍ରଦର୍ଶନ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ହଠାତ୍ ନିୟନ୍ତ୍ରଣ ବାହାରକୁ ଯାଇ ରନ୍ୱେ ନିକଟରେ ଖସିପଡ଼ିବା ସହ ଜଳିଯାଇଥିଲା। ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି। ବିମାନଟି କିଭଳି ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ୁଛି, ତାହା ଭିଡିଓରେ ଦେଖାଯାଇଛି।
BREAKING: An Indian Tejas fighter jet crashed during an aerial display at the Dubai Air Show. pic.twitter.com/TvwUoe3juh
— Clash Report (@clashreport) November 21, 2025
ଚିତ୍କାର କରି ଉଠିଥିଲେ ଲୋକେ
ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ, ବିମାନଟି ଖୁବ୍ ଦ୍ରୁତ ଗତିରେ ଭୂମି ଆଡ଼କୁ ମାଡ଼ି ଆସୁଛି। ଏହା ପରେ ତଳେ ଧକ୍କା ଖାଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଉଛି। ବିମାନଟି ଜଳିଯିବା ଦେଖି ସୋ’ ଦେଖୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଚିତ୍କାର କରୁଛନ୍ତି। ତେବେ ଏହି ଦୁର୍ଘଟଣାରେ ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାର ବାସିନ୍ଦା ୱିଙ୍ଗ୍ କମାଣ୍ଡର ନମଂଶ ସ୍ୟାଲ ପ୍ରାଣ ହରାଇଛନ୍ତି।
ଆହୁରି ପଢ଼ନ୍ତୁ: Odisha High Court Orders Chilika: ଚିଲିକା ତହସିଲ ଅନ୍ତର୍ଗତ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ବେଳେ ସିଆରପିଏଫ୍ ମୁତୟନ କରାଯିବ
ଏହି ପାଇଲଟ୍ଙ୍କ ୧,୫୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ଥିଲା। ନିମ୍ନ ଉଚ୍ଚତାରେ (୫୦୦ ଫୁଟରୁ କମ୍) ଦୁର୍ଘଟଣା ଘଟିଥିବାରୁ ‘ଇଜେକ୍ସନ୍ ସିଟ୍’ କାମ କରିବା ସୁଯୋଗ ମିଳିନଥିଲା ଏବଂ ପାରାସୁଟ୍ ଖୋଲି ନଥିଲା। ତେବେ ଦୁର୍ଘଟଣାର କାରଣ ଜାଣିବା ପାଇଁ ଏବେ ତଦନ୍ତ କମିଟି ଗଠନ କରାଯାଇଛି। ତେଜସ୍ର ପ୍ରଥମ ଦୁର୍ଘଟଣା ୨୦୨୪ ମାର୍ଚ୍ଚ ୧୨ରେ ରାଜସ୍ଥାନର ଜୈସଲମେର ନିକଟରେ ହୋଇଥିଲା।
ଅାହୁରି ପଢ଼ନ୍ତୁ: Driver Suffers Heart Attack: ହୃଦ୍ଘାତ ହେବା ପରେ ବାଇକ୍ ଆରୋହୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ କାର୍ ଚାଳକ, ୪ମୃତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/22/tejas-2025-11-22-10-35-39.jpg)