Image Courtesy of Asianet Newsable
ନୂଆଦିଲ୍ଲୀ: ଜାତିସଂଘ ଅଭିଯାନରେ ଯାଇ ଅନ୍ୟ କେତେକ ଦେଶର ସୈନିକମାନଙ୍କ ସହିତ ଭାରତୀୟ ସେନାବାହିନୀର ସୈନିକମାନେ କେନ୍ଦ୍ରୀୟ ଆଫ୍ରିକୀୟ ଦେଶ କଙ୍ଗୋରେ ଆତଙ୍କବାଦୀମାନଙ୍କ ବିରୋଧରେ ଲଢ଼େଇ କରୁଛନ୍ତି ବୋଲି ଭାରତୀୟ ସରକାରୀ ଅଧିକାରୀମାନେ କହିଛନ୍ତି।
‘ୟୁନାଇଟେଡ୍ ନେସନ୍ସ୍ ମିସନ୍ ଇନ୍ ଦି ଡିମୋକ୍ରେଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ’ ର (ଏମ୍ଓଏନ୍ୟୁଏସ୍ସିଓ) ଅଂଶବିଶେଷ ଭାବେ ଭାରତୀୟ ସେନାବାହିନୀର ସୈନିକମାନଙ୍କୁ ସେ ଦେଶରେ ମୁତୟନ କରାଯାଇଛି।
ଗୁରୁବାର ଦିନ ଭାରତୀୟ ସେନାବାହିନୀର ଜଣେ ଅଧିକାରୀ କହିଛନ୍ତି, ମେ ୨୨ ତାରିଖ ଦିନ ଏକ ବିପଜ୍ଜନକ ସଶସ୍ତ୍ର ଗୋଷ୍ଠୀ ‘ଏଫ୍ଏଆର୍ଡିସି’ (କଙ୍ଗୋ ସେନା) ଏବଂ ‘ଏମ୍ଓଏନ୍ୟୁଏସ୍ସିଓ’ର ଘାଟି ଉପରେ ଅକାରଣ ଗୁଳି ଚଳାଇବା ସହ ଆକ୍ରମଣ କରିଥିଲେ। ଜାତିସଂଘ ଅଭିଯାନରେ ଭାରତୀୟ ସେନାବାହିନୀ ଓ ଅନ୍ୟ ଦେଶର ସେନାବାହିନୀର ସୈନିକମାନଙ୍କ ତ୍ବରିତ ଏବଂ ସମ୍ମିଳିତ ଗୁଳି ବର୍ଷଣ ଯୋଗୁଁ ଆକ୍ରମଣକାରୀମାନେ ଛତ୍ରଭଙ୍ଗ ଦେଇଥିଲେ।
Image Courtesy of Wikiwandକଙ୍ଗୋରେ ଆତଙ୍କବାଦୀମାନେ ଆକ୍ରମଣ କରିବାର ସମ୍ଭାବନା ଥିବା ନଗରୀ ଓ ରାସ୍ତାଘାଟ ତଥା ସ୍ଥାନୀୟ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଭାରତୀୟ ସେନାର ସୈନିକମାନେ ସେ ସବୁ ଅଞ୍ଚଳରେ ନିଜ ନିଜର ସ୍ଥିତି ସୁଦୃଢ଼ କରି ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ସେ କହିଛନ୍ତି।
ଜାତିସଂଘ ନିର୍ଦେଶ ଅନୁସାରେ, ‘ବହୁଦେଶୀୟ ଜାତିସଂଘ ଶାନ୍ତିରକ୍ଷକ ବଳ’ ଭାବେ ‘ଏମ୍ଓଏନ୍ୟୁଏସ୍ସିଓ’ରେ ମୁତୟନ ହୋଇଥିବା ଭାରତୀୟ ସେନାର ସୈନିକମାନେ ସେ ଅଞ୍ଚଳର ପରିସ୍ଥିତିରେ ସ୍ଥିରତା ଆଣିବାରେ ପ୍ରମୁଖ ଅବଦାନ ଦେଇ ଆସୁଛନ୍ତି ବୋଲି ‘ଏଏନ୍ଆଇ’ ରିପୋର୍ଟ କରିଛି।
Follow Us