ଭାରତର ପ୍ରତିରୋଧକୁ ଚୀନ୍‌ର ପ୍ରତିବାଦ, ଭାରତୀୟ ସେନା ଅତିକ୍ରମଣ କରିଛି ବୋଲି ପାଲଟା ଅଭିଯୋଗ

Advertisment
ଭାରତର ପ୍ରତିରୋଧକୁ ଚୀନ୍‌ର ପ୍ରତିବାଦ, ଭାରତୀୟ ସେନା ଅତିକ୍ରମଣ କରିଛି ବୋଲି ପାଲଟା ଅଭିଯୋଗ

YouTube

ନୂଆଦିଲ୍ଲୀ : ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ପାର୍ଶ୍ବରେ ଗତ ୨୯ ତାରିଖ ରାତିରେ ଚୀନ ସେନା ଦ୍ବାରା ପ୍ରକୃତ ନିୟନ୍ତ୍ରଣ ରେଖାର ସ୍ଥିତାବସ୍ଥାରେ ପରିବର୍ତ୍ତନ ଉଦ୍ୟମକୁ ଭାରତୀୟ ଯବାନମାନେ ଦୃଢ଼ ପ୍ରତିରୋଧ କରିଥିଲେ। ଚୀନ ସୈନିକମାନଙ୍କ ଏକତରଫା ଭାବେ ନିରପେକ୍ଷ ଅଞ୍ଚଳ ଅତିକ୍ରମଣ ଉଦ୍ୟମକୁ ଭାରତୀୟ ସୈନିକମାନେ ପଣ୍ଡ କରି ଦେଇଛନ୍ତି ବୋଲି ସୋମବାର ଭାରତୀୟ ସେନା ପକ୍ଷରୁ ଘୋଷଣା କରାଯାଇଥିଲା। ଏହାର ପ୍ରତିକ୍ରିୟା ସ୍ବରୂପ ପରେ ଚୀନ କର୍ତ୍ତୃପକ୍ଷ ଔଷଧ ବିକଳରେ ତାଟିଆ କାମୁଡ଼ିବା ଆରମ୍ଭ କରିଛନ୍ତି। ଭାରତୀୟ ଯବାନମାନେ କୁଆଡ଼େ ପୂର୍ବ ସହମତିର ଉଲ୍ଲଂଘନ କରି ବେଆଇନ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ କରିଛନ୍ତି ବୋଲି ଚୀନ କର୍ତ୍ତୃପକ୍ଷ ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଭାରତୀୟ ଯବାନମାନେ ଭାରତ-ଚୀନ୍‌ ସୀମାର ପଶ୍ଚିମ ଭାଗରେ ଥିବା ରେକିନ୍‌ ଗିରିପଥ ନିକଟରେ ଅନୁପ୍ରବେଶ କରିବା ସହ ସୀମାରେ ଉତ୍ତେଜନାକୁ ଖୋଲାଖୋଲି ଆମନ୍ତ୍ରଣ କରିଛନ୍ତି ବୋଲି ଚୀନ ଦୂତାବାସର ମୁଖପାତ୍ର ଜି ରୋଙ୍ଗ ଆରୋପ ଲଗାଇଛନ୍ତି। ଭାରତର ଏଭଳି ଅଭିଯାନ ଚୀନ୍‌ର କ୍ଷେତ୍ରୀୟ ସାର୍ବଭୌମତ୍ବକୁ କ୍ଷୁଣ୍ଣ କରିବା ସହ ସେ ସଂକ୍ରାନ୍ତ ରାଜିନାମାକୁ ମଧ୍ୟ ଉଲ୍ଲଂଘନ କରିଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ଏପରିକି ଦୁଇ ଦେଶ ଭିତରେ ଗୃହୀତ ହୋଇଥିବା ଗୁରୁତ୍ବପୂର୍ଣ୍ଣ ସହମତି, ବିଧି ବ୍ୟବସ୍ଥା ଏବଂ ସୀମାରେ ବଜାୟ ରହିଥିବା ଶାନ୍ତି ଓ ସୁରକ୍ଷାକୁ ଏହା ଭଙ୍ଗ କରିଛି ବୋଲି ରୋଙ୍ଗ ଆକ୍ଷେପ କରିଛନ୍ତି। ଭାରତର ସୈନିକମାନଙ୍କୁ ସଂଯମ ଅବଲମ୍ବନ ପାଇଁ ଚୀନ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଉତ୍ତେଜନାକୁ ଆଉ ଅଧିକ ନ ବଢ଼ାଇବା ପାଇଁ ଭାରତୀୟ ସୈନିକମାନେ ପ୍ରତିପକ୍ଷକୁ ଉସୁକାଇଲା ଭଳି କୌଣସି ପ୍ରକାର ଆଚରଣରୁ ନିବୃତ୍ତ ରହିବା ସହ ପ୍ରକୃତ ନିୟନ୍ତ୍ରଣ ରେଖାରେ ବେଆଇନ ଭାବେ ଅନୁପ୍ରବେଶ କରିଥିବା ଇଲାକାରୁ ତୁରନ୍ତ ପଛକୁ ହଟିଯିବାକୁ ଚୀନ୍‌ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe