ଭାରତୀୟ ବନାମ କୃଷ୍ଣକାୟ: ଦକ୍ଷିଣ ଆଫ୍ରିକାରେ ଜାତିଆଣ ହିଂସା

Advertisment
ଭାରତୀୟ ବନାମ କୃଷ୍ଣକାୟ: ଦକ୍ଷିଣ ଆଫ୍ରିକାରେ ଜାତିଆଣ ହିଂସା

ଫିନିକ୍ସ (ଦକ୍ଷିଣ ଆଫ୍ରିକା): ଦକ୍ଷିଣ ଆଫ୍ରିକାର ଫିନିକ୍ସ ସହରରେ ଏବେ ଜାତିଆଣ ହିଂସା ଉଗ୍ର ରୂପ ନେଇଛି। ସହରର ବିଭିନ୍ନ ଅଂଚଳରେ ଆଫ୍ରିକୀୟ କୃଷ୍ଣକାୟ ଏବଂ ଭାରତୀୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଲାଗି ରହିଛି। ଏଥିରେ ଆଜି ୧୨ ଜଣ କୃଷ୍ଣକାୟଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ନୀତି ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମା ଗିରଫ ହେବା ପରେ ତାଙ୍କ ସମର୍ଥକମାନେ ଏହାର ହିଂସାତ୍ମକ ପ୍ରତିବାଦ କରିଥିଲେ। ଏହାପରେ ଦେଶର ବିଭିନ୍ନ ସ୍ଥାନରେ ଦଙ୍ଗା ଓ ଲୁଟତରାଜ ଆରମ୍ଭ ହୋଇଯାଇଥିଲା। ଦାରିଦ୍ର୍ୟ, ଅସମାନତା ଏବଂ ପାଣି, ବିଜୁଳି ଆଦି ମୌଳିକ ସେବା ଯୋଗାଇବାରେ ସରକାରଙ୍କ ବିଫଳତା ଏହାକୁ ଇନ୍ଧନ ଯୋଗାଇଥିଲା।

ଫିନିକ୍ସ ଉପସହରାଞ୍ଚଳ ହେଉଛି ଅଧିକାଂଶ ଭାରତୀୟ ରହୁଥିବା ଅଞ୍ଚଳ, ଯେଉଁମାନେ ଜାତିଆଣ ଭେଦଭାବ ଯୋଗୁ ଅନ୍ୟ ଜାଗାରୁ ବିତାଡ଼ିତ ହୋଇ ବାଧ୍ୟ ହୋଇ ଏଠାରେ ବସତି ସ୍ଥାପନ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଜାତିଆଣ ଭେଦଭାବ ଯୋଗୁ ହିଂସାକାଣ୍ଡ ଘଟିବା କିଛି ନୂଆକଥା ନୁହେଁ। ତେବେ ଭାରତୀୟଙ୍କୁ ହଠାତ ବିଭିନ୍ନ ସ୍ଥାନରେ ଟାର୍ଗେଟ୍‌ କରାଯିବାରୁ ସେମାନେ ମଧ୍ୟ ସଂଘବଦ୍ଧ ହୋଇ ହିଂସାକୁ ଓହ୍ଲାଇଛନ୍ତି। ସରକାରୀ କର୍ମକର୍ତ୍ତାମାନେ କହିଛନ୍ତି ଯେ, ଏହି ହିଂସାକାଣ୍ଡ ହେଉଛି ଏକ ପ୍ରକାର ବିଦ୍ରୋହ। ବିଦ୍ରୋହୀମାନେ ଜୁମାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ଉତ୍ତରାଧିକାରୀ ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ନୀଚା ଓ ଅପାରଗ ଦେଖାଇବାକୁ ଚାହାନ୍ତି। ଏପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡରେ ମୋଟ ୩୪୦ ଜଣରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି। ପୁଲିସର କହିବା ଅନୁସାରେ ଫିନିକ୍ସ ଅଞ୍ଚଳରେ ଲୋକମାନେ ନିଜେ ନିଜେ ନ୍ୟାୟ ବିଚାର କରିବା ଓ ଆଇନକୁ ହାତକୁ ନେବା ଯୋଗୁ ଏପର୍ଯ୍ୟନ୍ତ ୩୬ ଜଣ ମୃତ୍ୟୁବରଣ କରିସାରିଲେଣି, ଯେଉଁମାନଙ୍କ ମଧ୍ୟରେ ୩୩ ଜଣ ହେଉଛନ୍ତି କୃଷ୍ଣକାୟ। ଏଥିପାଇଁ ଏଯାବତ୍ ୫୬ ଜଣ ଲୋକଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe