Image Courtesy of TOI
ଆଗ୍ରା: ମଙ୍ଗଳବାର ଦିନ ବରିଷ୍ଠ ଅମଲା, ଏଏସ୍ଆଇ ଅଧିକାରୀ, ପୁଲିସ ଓ ପାରାମିଲିଟାରି ଅଧିକାରୀମାନେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିର କରିଛନ୍ତି ଯେ ଜାନୁଆରି ୨୦ ତାରିଖ ଠାରୁ ଦୈନିକ କେବଳ ୪୦ ହଜାର ଭାରତୀୟ ପର୍ଯ୍ୟଟକ ତାଜମହଲ ପରିଦର୍ଶନ ପାଇଁ ଅନୁମତି ପାଇବେ। କିନ୍ତୁ ଦୈନିକ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ କୌଣସି କଟକଣା ରଖା ଯାଇ ନାହିଁ।
ପରେ ଅଧିକାରୀମାନେ ଏହି ନିଷ୍ପତ୍ତିକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଜଣାଇ ଦେଇଥିଲେ। ଏହା ଉପରେ ଦିନେ ଦୁଇ ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଅନୁମତି ପାଉଥିବା ୪୦ ହଜାର ଭାରତୀୟ ପର୍ଯ୍ୟଟକଙ୍କ ମଧ୍ୟରେ ରହିବେ ମାଗଣା ପ୍ରବେଶ ସୁଯୋଗ ପାଉଥିବା ୧୫ ବର୍ଷରୁ କମ୍ ପିଲାଏ। ମୁଣ୍ଡଗଣତି ପାଇଁ ଏହି ପିଲାମାନଙ୍କୁ ‘ଜିରୋ ଚାର୍ଜ’ ଲିଖିତ ଟିକିଟ୍ ଦିଆଯିବ। ପୂର୍ବରୁ ୧୫ ବର୍ଷରୁ କମ୍ ପିଲାଙ୍କୁ କୌଣସି ଟିକିଟ୍ ଦିଆ ଯାଉ ନ ଥିଲା।
Image Courtesy of NDTVରେଳବାଇ ବ୍ୟବସ୍ଥା ପରି ଏହି ଟିକିଟ୍ ବ୍ୟବସ୍ଥା କରାଯିବ। ଅନ୍ଲାଇନ ହେଉ କି, ଅଫ୍ ଲାଇନ୍ ହେଉ ଟିକିଟ୍ ବିକ୍ରି ସଂଖ୍ୟା ୪୦, ୦୦୦ରେ ପହଞ୍ଚିଗଲେ ବିକ୍ରୟ ବନ୍ଦ ହୋଇ ଯିବ। ପରିଦର୍ଶକମାନେ ଅଗ୍ରୀମ ଟିକିଟ୍ କିଣି ପାରିବେ।
ତାଜ୍ର ମୁଖ୍ୟ ସମାଧି ଏବଂ ବାକି ଅଂଶ ମଧ୍ୟରେ ପ୍ରବେଶ କରିବାକୁ ଆଗ୍ରହୀ ପରିଦର୍ଶମାନଙ୍କ ନିମନ୍ତେ ଏକ ନୂତନ ୧୦୦ ଟଙ୍କିଆ ଟିକିଟ୍ ପ୍ରଚଳନ କରା ଯାଇଛି। ସେଠାକୁ ନ ଯିବାକୁ ଚାହୁଁଥିବା ପରିଦର୍ଶକମାନଙ୍କ ପ୍ରତି ଟିକିଟ୍ର ମୂଲ୍ୟ ରହିବ ୫୦ ଟଙ୍କା। ଏବେ ଏଥିପାଇଁ ୪୦ ଟଙ୍କା ଟିକିଟ୍ ପଡୁଛି। ସକାଳୁ ମଧ୍ୟାହ୍ନ ଭିତରେ ୨୦ ହଜାର ଭାରତୀୟ ପର୍ଯ୍ୟଟକମାନଙ୍କୁ ପରିଦର୍ଶନ ଅନୁମତି ମିଳିବ। ମଧ୍ୟାହ୍ନରୁ ସୂର୍ଯ୍ୟସ୍ତ ଯାଏଁ ବାକି ଭାରତୀୟ ପର୍ଯ୍ୟଟକଙ୍କୁ ପରିଦର୍ଶନ ଅନୁମତି ମିଳିବ।
ବିଦେଶୀମାନଙ୍କ ପ୍ରତି ପରିଦର୍ଶନ ନିମନ୍ତେ ଟିକିଟ୍ର ମୂଲ୍ୟ ୧ ହଜାର ଟଙ୍କା ରଖା ଯାଇଛି। ସେମାନଙ୍କ ପ୍ରତି କୌଣସି ପରିଦର୍ଶକ ସଂଖ୍ୟା ନିର୍ଦ୍ଧାରଣ କରାଯାଇ ନାହିଁ।
Follow Us