ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଭାରତୀୟ ମହିଳା ଦଳ ଘୋଷଣା

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ଦିନିକିଆ ଘରୋଇ ଶୃଙ୍ଖଳା (ଭାରତ ବନାମ ୱେଷ୍ଟଇଣ୍ଡିଜ୍) ପାଇଁ ୧୫ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି। ହରମନପ୍ରୀତ କୌର ଉଭୟ ଫର୍ମାଟରେ ଭାରତୀୟ ଦଳର ନେତୃତ୍ବ କରିବେ।

cri

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ଦିନିକିଆ ଘରୋଇ ଶୃଙ୍ଖଳା (ଭାରତ ବନାମ ୱେଷ୍ଟଇଣ୍ଡିଜ୍) ପାଇଁ ୧୫ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି। ହରମନପ୍ରୀତ କୌର ଉଭୟ ଫର୍ମାଟରେ ଭାରତୀୟ ଦଳର ନେତୃତ୍ବ କରିବେ। ଭାରତୀୟ ମହିଳା ଦଳ ଡିସେମ୍ବର ୧୫ରୁ ୱେଷ୍ଟଇଣ୍ଡିଜ୍ ମହିଳା ଦଳ ସହ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାକୁ ଯାଉଛି।

ଏହି ତିନୋଟି ଯାକ ମ୍ୟାଚ୍ ନବୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ। ଏହାପରେ ଡିସେମ୍ବର ୨୨ରୁ ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଆଶ୍ଚର୍ଯ୍ୟର କଥା ହେଉଛି ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଅରୁନ୍ଧତୀ ରେଡ୍ଡୀ ଉଭୟ ଦିନିକିଆ ଓ ଟି-୨୦ ଦଳରୁ ବାଦ୍ ପଡ଼ିଛନ୍ତି। ବିସିସିଆଇ ତାଙ୍କୁ ଚୟନ ନ କରାଯିବାର କୌଣସି କାରଣ କହିନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିଥିବା ଶେଫାଲି ବର୍ମାଙ୍କୁ ବି ଦଳରେ ସାମିଲ କରାଯାଇଛି ।

ଭାରତୀୟ ଟି-୨୦ ଦଳ: ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପଅଧିନାୟକ), ନନ୍ଦିନୀ କଶ୍ୟପ, ଜେମିମା ରୋଡ୍ରିଗେଜ୍, ରିଚା ଘୋଷ (ୱିକେଟ୍ ରକ୍ଷକ), ଉମା ଛେତ୍ରୀ (ୱିକେଟ୍ ରକ୍ଷକ), ଦୀପ୍ତି ଶର୍ମା, ସଜନା ସଜୀବନ, ରାଘବୀ ବିଷ୍ଟ, ରେଣୁକା ସିଂହ ଠାକୁର, ପ୍ରିୟା ମିଶ୍ର, ତିତାସ ସାଧୁ, ମିନୁ ମଣି, ସାଇମା ଠାକୁର, ରାଧା ଯାଦବ।

ଭାରତୀୟ ଦିନିକିଆ ଦଳ:  ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପଅଧିନାୟକ), ପ୍ରତୀକ ରାୱଲ, ଜେମିମା ରୋଡ୍ରିଗେଜ୍, ହର୍ଲିନ ଦେଓଲ, ରିଚା ଘୋଷ (ୱିକେଟ୍ ରକ୍ଷକ), ଉମା ଛେତ୍ରୀ (ୱିକେଟ୍ ରକ୍ଷକ), ତେଜଲ ହସବନିସ, ଦୀପ୍ତି ଶର୍ମା, ମିନୁ ମଣି, ପ୍ରିୟା ମିଶ୍ର, ତନୁଜା କନୱର, ଟିତାସ ସାଧୁ, ସାଇମା ଠାକୁର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe