କୋଭିଡ୍ ଟିକା ନେବାକୁ ଭାରତୀୟମାନେ ସବୁଠୁ ଆଗ୍ରହୀ

Advertisment
୧୬ରେ କୋଭିଡ୍‌ ଟିକାକରଣ: କ୍ୟାପିଟାଲ ହସ୍ପିଟାଲ, ସୁନ୍ଦରଗଡ଼ରେ ଟୁ ୱେ କମ୍ୟୁନିକେସନ୍

Image Courtesy of NDTV

ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ସମ୍ପ୍ରତି ସାରା ବିଶ୍ବରେ ୧୫୦ରୁ ଅଧିକ ଟିକା ବିକଶିତ ହୋଇଥିବା ବେଳେ ସାର୍ବଜନୀନ ବ୍ୟବହାର ପାଇଁ ୪ଟି ଟିକା ମିଳିସାରିଛି। ସେହିପରି ୧୦ରୁ ଅଧିକ ଟିକା ଆସନ୍ତା ୩/୪ ମାସରେ ମିଳିଯିବାର ସମ୍ଭାବନା ରହିଛି। ତେବେ ବିଭିନ୍ନ କାରଣରୁ ହାତ ପାଆନ୍ତାରେ ଟିକାଟିଏ ନ ପାଇଲା ଯାଏ ନିର୍ଦ୍ଧିଷ୍ଟ ଭାବେ କିଛି କହିହେବ ନାହିଁ। ଏପରିକି ଏତେ କମ୍ ସମୟ ଭିତରେ ବିକଶିତ ଟିକାର ଫଳପ୍ରଦତା ସମ୍ପର୍କରେ ସନ୍ଦୀହାନ ଥିବା ଫ୍ରାନ୍ସ, ସ୍ପେନ୍ ଓ ଜାପାନ ପରି ଅନେକ ସଚେତନ ରାଷ୍ଟ୍ରର ନାଗରିକ ସେପରି ଟିକା ଗ୍ରହଣ କରିବା ସପକ୍ଷରେ ନାହାନ୍ତି। ସୁତରାଂ ଏକ ସଫଳ ଟିକାର ଉପଲବ୍ଧି ସମ୍ପର୍କରେ ବିଶ୍ବବାସୀ ଏପରି ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ଭାରତୀୟମାନେ ନିଶ୍ଚିତ ଟିକା ଆସିଯିବ ବୋଲି ଆଶାବାଦୀ ଥିବା ଜଣାଯାଇଛି। ଏପରିକି ଯେତେ ଶୀଘ୍ର ଟିକାଟିଏ ଉପଲବ୍ଧ ହେବ, ସେମାନେ ତାହା ତୁରନ୍ତ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଥିବା ଏକ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି।

ଵାର୍ଲ୍ଡ ଇକୋନୋମିକ୍ ଫୋରମ୍/ଇପସସ୍ ଦ୍ବାରା ପରିଚାଳିତ ଏହି ସର୍ବେକ୍ଷଣରେ ୧୫ଟି ଦେଶର ୧୬ରୁ ୬୪ ବର୍ଷ ବୟସର ୧୮,୫୨୬ ଜଣ ନାଗରିକ ଭାଗ ନେଇଥିଲେ। ସେମାନଙ୍କ ଭିତରୁ ଅଧିକାଂଶ ପ୍ରାପ୍ତବୟସ୍କ ୨୦୨୧ ମସିହା ମଧ୍ୟଭାଗ ସୁଦ୍ଧା ଟିକାଟିଏ ମିଳିବ ବୋଲି ଆଦୌ ଭରସା କରିନାହାନ୍ତି। ସେହିପରି ଟିକାଟିଏ ଆସିବାର ତିନି ମାସ ଭିତରେ ତାହା ଗ୍ରହଣ କରିବା ଲାଗି ଅର୍ଦ୍ଧେକ ଇଚ୍ଛା ପ୍ରକଟ କରିଛନ୍ତି। ତେବେ ଭାରତୀୟମାନଙ୍କ ଭିତରୁ ୮୭ ପ୍ରତିଶତ ଖୁବ୍ ଶୀଘ୍ର ଟିକା ଆସିଯିବ ବୋଲି ବିଶ୍ବାସ ରଖିଛନ୍ତି। ସେହିପରି ୫୪ ପ୍ରତିଶତ ଭାରତୀୟ ଟିକା ମିଳିବାର ତିନି ମାସ ଭିତରେ ତାହା ଗ୍ରହଣ କରିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe