ନୂଆଦିଲ୍ଲୀ : ସମ୍ପ୍ରତି ବିଶ୍ବରେ ଦୈନିକ ହାରାହାରି ୬ ଲକ୍ଷ ନୂଆ କୋଭିଡ୍ ସଂକ୍ରମଣ ମାମଲା ରିପୋର୍ଟ କରାଯାଉଥିବା ବେଳେ ଭାରତରେ ତାହା ମାତ୍ର ୧୫୩। ତେଣୁ ଭାରତୀୟଙ୍କ ଭିତରେ ବୁଷ୍ଟର ଡୋଜ୍ ନେବା ପାଇଁ ଆଗ୍ରହ ନାହିଁ। କିନ୍ତୁ ଏବେ କେତେକ ଦେଶରେ ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ଭାରତ ସରକାର ତତ୍ପର ହୋଇଉଠିଛନ୍ତି। କେନ୍ଦ୍ର ସରକାର ବର୍ତ୍ତମାନ ଉଚ୍ଚସ୍ତରୀୟ ବୈଠକମାନ କରୁଛନ୍ତି। ଭାରତରେ ୯୦ ପ୍ରତିଶତ ଯୋଗ୍ୟ ଲୋକ ଟିକା ନେଇସାରିଛନ୍ତି। ସେଥିମଧ୍ୟରେ ୨୦ ନିୟୁତ ଲୋକ ପ୍ରିକସନ ଡୋଜ୍ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୨୨୦ କୋଟି କୋଭିଡ୍ ଟିକା ଡୋଜ୍ ଦିଆଯାଇଛି ବୋଲି ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଚଳିତ ଡିସେମ୍ବର ମାସରେ ଦୈନିକ ହାରାହାରି ୩୦,୦୦୦ରୁ କମ୍ ବୁଷ୍ଟର ଡୋଜ୍ ଦିଆଯାଇଛି। ଲୋକଙ୍କ ଅନାଗ୍ରହ ହେତୁ ଗତ ଦୁଇମାସ ହେଲା ଭାରତରେ ଟିକା ପ୍ରଦାନରେ ଯଥେଷ୍ଟ ମନ୍ଥରତା ଦେଖାଦେଇଛି। ବିଶ୍ବ ତୁଳନାରେ ସଂକ୍ରମଣ ନ ବଢ଼ିବା ଏହାର କାରଣ ବୋଲି କୁହାଯାଉଛି।
Follow Us