Image Courtesy of India Today
ନୂଆଦିଲ୍ଲୀ: ଚୀନ୍ର ମାତ୍ରାଧିକ ଆକ୍ରମଣାତ୍ମକ କାର୍ଯ୍ୟର ମୁକାବିଲା କରିବାକୁ ଭାରତୀୟମାନେ ଯଥାସାଧ୍ୟ ଉଦ୍ୟମ କରିଥିବା କଥା ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବେଜିଙ୍ଗ୍ କ୍ରମାଗତ ସୀମା ବିବାଦ ଚଳାଇଛି। ବିଶ୍ବ ଏ ଭଳି ସ୍ବେଚ୍ଛାଚାରକୁ ଅନୁମତି ଦେବନାହିଁ।
ପୂର୍ବ ଲଦାଖରେ ଭାରତୀୟ ଅଞ୍ଚଳ ମଧ୍ୟକୁ ଚୀନ୍ର ଅନୁପ୍ରବେଶ ସଂକ୍ରାନ୍ତରେ ପମ୍ପିଓଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ପଚରା ଯାଇଥିଲା। ସେ କହିଲେ, ଏ ସଂକ୍ରାନ୍ତରେ ମୁଁ ଅନେକ ଥର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ ସହ କଥାବାର୍ତ୍ତା କରିଛି। ଚୀନ୍ ମାତ୍ରାଧିକ ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରୁଛି। ଭାରତୀୟମାନେ ଏହାର ପାରୁପର୍ଯ୍ୟନ୍ତ ମୁକାବିଲା କରିଛନ୍ତି।
Image Courtesy of Deccan Heraldପମ୍ପିଓ ପୁଣି କହିଲେ ଯେ, ସାଧାରଣ ସମ୍ପାଦକ ଜି ଜିନ୍ପିଙ୍ଗ୍ ଏବଂ ସମଗ୍ର ଅଞ୍ଚଳ ତଥା ସମଗ୍ର ବିଶ୍ବରେ ତାଙ୍କ ଆଚରଣ ବାବଦରେ ମୁଁ ଏ କଥା କହୁଛି। ମୋର ମନେହୁଏନା ଚାଇନିଜ୍ କମ୍ୟୁନିଷ୍ଟ୍ ପାର୍ଟି ଶତ୍ରୁତାର ଏହା ଛୋଟିଆ ଦୃଷ୍ଟାନ୍ତ ନୁହେଁ। ଏହାକୁ ବୃହତ୍ତର ଦୃଷ୍ଟିରେ ବିଚାର କରାଯିବା କଥା। ହିମାଳୟ ପର୍ବତ ଶ୍ରେଣୀ ଠାରୁ ଆରମ୍ଭ କରି ଭିଏତନାମର ଜଳରାଶିଯାଏଁ ବେଜିଙ୍ଗ୍ ସୀମା ବିବାଦ ଉଜ୍ଜୀବୀତ କରି ରଖିଛି। ବିଶ୍ବ ଏହି ସ୍ବେଚ୍ଛାଚାର କରାଇ ନ ଦେବା ଉଚିତ। ସମ୍ମିଳିତ ଭାବେ ବିଶ୍ବ ଏହାର ମୁକାବିଲା କରିବା ଉଚିତ।
Follow Us