Image Courtesy of Hindustan Times
ବେଜିଙ୍ଗ୍: ଭାରତ ଏବଂ ଚୀନ୍ରେ ଥିବା ଭାରତୀୟମାନେ ମହାମାରୀ ଓ ସୀମା ବିବାଦ ଭଳି ଦୁଇଟି ଚାଲେଞ୍ଜ୍ର ସମ୍ମୁଖୀନ ହେଉଥିବା କଥା ଶନିବାର ଦିନ ଚୀନ୍ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଚାଲେଞ୍ଜ୍ର ମୁକାବିଲା କରିବାକୁ ନାଗରିକମାନେ ସମ୍ମିଳିତ ହୁଅନ୍ତୁ।
୭୪ତମ ସ୍ବାଧୀନତା ଦିବସ ପାଳନ ଲାଗି ବେଜିଙ୍ଗ୍ର ଗୁଳୁଗୁଳିଆ ସକାଳେ ‘ଇଣ୍ଡିଆ ହାଉସ୍’ ଠାରେ ସମବେତ ହୋଇଥିବା ଭାରତୀୟଙ୍କୁ ସମ୍ବୋଧନ କରି ମିଶ୍ରି କହିଲେ, ଯାହା ଆପଣମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଶୁଣିଲେ, ୨୦୨୦ ଖୁବ୍ ଗୋଟାଏ ଅସ୍ବାଭାବିକ ବର୍ଷ। ଚୀନ୍ରେ ଥିବା ଆମ୍ଭମାନଙ୍କ ପାଇଁ ମଧ୍ୟ। ଏଠାରେ ଆମ୍ଭେମାନେ ଓ ଭାରତରେ ଆମ୍ଭ ଲୋକମାନେ ମଧ୍ୟ କୋଭିଡ୍-୧୯ ତଥା ସୀମାନ୍ତ ଆକ୍ରମଣ ଭଳି ଯମଜ ଆହ୍ବାନର ସମ୍ମୁଖୀନ ହୋଇଛନ୍ତି।
Image Courtesy of Twitterଦୁଇଟି ଆହ୍ବାନ ବା ଚାଲେଞ୍ଜ୍ କଥା ଦର୍ଶାଇ ମିଶ୍ରି କହିଲେ ସେ ସବୁର ସମ୍ମୁଖୀନ ହେବାକୁ ଉଦ୍ୟମ ଓ ତ୍ୟାଗ ଆବଶ୍ୟକ।
ଚୀନ୍ ରାଜଧାନୀରେ କ୍ଷମତାର ରୁଦ୍ଧ କରିଡର୍ ଭିତରେ ସୀମା ସଂକ୍ରାନ୍ତ ଯୋଗସୂତ୍ର ଚାନେଲ୍ ଖୋଲା ରଖିବା ଲାଗି ଭାରତ ଯେଉଁ ଉଦ୍ୟମ କରୁଛି ତାହାର ମୁଖ୍ୟ ସ୍ଥାନରେ ଅଛନ୍ତି ମିଶ୍ରି। ସୀମା ବିଷୟରେ ନୂଆଦିଲ୍ଲୀର ସ୍ଥିତି ସମ୍ବନ୍ଧରେ ବେଜିଙ୍ଗ୍ରେ ଅବସ୍ଥିତ ଅନ୍ୟାନ୍ୟ ଦୂତାବାସ ଓ କୂଟନୀତିଜ୍ଞଙ୍କୁ ଅବଗତ କରାଇବା ଛଡ଼ା ଏ ସପ୍ତାରେ ମିଶ୍ରି ଦୁଇଟି ସଭା କରିଛନ୍ତି। ଏ ସଭାରେ ସେ କମ୍ୟୁନିଷ୍ଟ୍ ପାର୍ଟି ଅଫ୍ ଚାଇନାର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ଚୀନ୍ର ସଶସ୍ତ୍ର ବାହିନୀକୁ ଅନୁଶାସନ କରୁଥିବା ସେଣ୍ଟ୍ରାଲ୍ ମିଲିଟାରି କମିସନ୍ର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
Follow Us