କିବ୍ ଛାଡିଲେ ଭାରତୀୟ, ପୋଲାଣ୍ଡକୁ ନିରାପଦରେ ପହଞ୍ଚିବା ପାଇଁ ଯୁଦ୍ଧ ରାଜପଥରେ କଟାଇଲେ ୧୧ ଘଣ୍ଟା

Advertisment
କିବ୍ ଛାଡିଲେ ଭାରତୀୟ, ପୋଲାଣ୍ଡକୁ ନିରାପଦରେ ପହଞ୍ଚିବା ପାଇଁ ଯୁଦ୍ଧ ରାଜପଥରେ କଟାଇଲେ ୧୧ ଘଣ୍ଟା

ଭାରତୀୟ ଛାତ୍ରଛାତ୍ରୀ ଚାଲିଚାଲି ପୋଲାଣ୍ଡ ସୀମାରେ ପହଞ୍ଚୁଛନ୍ତି

କିବ୍ : ୟୁକ୍ରେନରେ ଥିବା ଭାରତୀୟ ପ୍ରାଣ ବିକଳରେ କିବ୍ ଛାଡି ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି। କିବରେ ରହୁଥିବା ରାକେଶ ଭେଟାଗାୟର୍ ଏବଂ ଆଠ ଜଣ ଭାରତୀୟ ଯୁବକ ଗତକାଲି ଭୋରୁ ବିସ୍ଫୋରଣ ସହ ସାଇରନ୍ ଶବ୍ଦ ଶୁଣି ଭୟରେ ଉଠିପଡିଥିଲେ। କିବରେ ଥିବା ହାଇଦ୍ରାବାଦର ଜଣେ ୩୩ ବର୍ଷ ବର୍ଷିୟ ବ୍ୟବସାୟୀ କହିଛନ୍ତି ଯେ ଗତ ୨୦ଦିନ ଧରି କିବ୍‌ରେ ଅଶାନ୍ତି ଦେଖାଦେଇଛି। ତାଙ୍କ ବାସଭବନଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ବୋରସ୍ପିଲ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରଥମେ ଆକ୍ରମଣ ହେବାପରେ ସାଧାରଣ ନାଗରିକଙ୍କୁ ବଙ୍କର୍, ମେଟ୍ରୋ ଏବଂ ରେଳ ଷ୍ଟେସନକୁ ପଠାଇଦିଆ ଯାଇଥିଲା।

ରାକେଶ କହିଛନ୍ତି, ଆମେ କିଛି ପୋଷାକ, ଡକ୍ୟୁମେଣ୍ଟ ଏବଂ ଟଙ୍କା ଧରି ତୁରନ୍ତ ଲିଭ୍ ଅଭିମୁଖେ ଯାତ୍ରା କଲୁ। ରାକେଶ ଅନ୍ୟ ୧୫ଜଣ ଭାରତୀୟଙ୍କ ସହ ଲିଭକୁ ଯାଉଥିବାବେଳେ ଭାରତୀୟ ଗଣମାଧ୍ୟମକୁ କହିଥିଲେ ଯେ ଯାତ୍ରା ସାଧାରଣତଃ ଛଅ ଘଣ୍ଟା ଲାଗେ, କିନ୍ତୁ ଆଜି ୧୧ ଘଣ୍ଟାରୁ ଅଧିକ ସମୟ ନେଇପାରେ। ରାସ୍ତା ଅବରୋଧ ହୋଇଥିବା ସହ ଗୁଳି ବିନିମୟ ଏବଂ ଧୂଆଁରେ ରାସ୍ତା ଧୁସର ଦିଶିବା ସହ ଅନେକ ପରିବାର ଲଗେଜ୍ ବ୍ୟାଗ ଧରି ରାଜରାସ୍ତାରେ ବୁଲୁଥିବା ସେ କହିଥିଲେ। ଆଜି ପ୍ରାୟ ଭୋର ୪ଟା ସମୟରେ ସେମାନେ ପୋଲାଣ୍ଡରେ ପହଞ୍ଚି ସେଠାରେ ଟ୍ରାଞ୍ଜିଟ୍ ଭିସା ପାଇଁ ଅପେକ୍ଷା କରିଛନ୍ତି।

ୟୁକ୍ରେନ ଆକ୍ରମଣ ବନ୍ଦ କରିବାକୁ ରୁଷ ଉପରେ ଚାପ ପକାଯାଉ: ଆର୍‌ଏସ୍‌ଏସ୍‌
ନୂଆଦିଲ୍ଲୀ : ଭାରତ ସମେତ ବିଶ୍ବର ସମସ୍ତ ଦେଶର ସରକାର, ରାଜନେତା, କୂଟନୀତିଜ୍ଞ, ପ୍ରତିରକ୍ଷା ବିଶେଷଜ୍ଞ, ବୈଜ୍ଞାନିକ ଏବଂ ନାଗରିକ ସମାଜ ଏକାଠି ହୋଇ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଚାପ ସୃଷ୍ଟି କରିବା ଉଚିତ ଏବଂ ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା ଓ ଆଲୋଚନାର ପଥ ଅନୁସରଣ କରିବା ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ଇନ୍ଦ୍ରେଶ କୁମାର ସରକାରଙ୍କୁ ନିବେଦନ କରିଛନ୍ତି। ଯୁଦ୍ଧ ସମସ୍ୟାର ସମାଧାନ କରେ ନାହିଁ ବରଂ ମଣିଷର କ୍ଷତି କରେ ବୋଲି ଦର୍ଶାଇ ସେ ପୁଟିନଙ୍କୁ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ପ୍ରବର୍ତ୍ତାଇବା ପାଇଁ ଏକ ବାର୍ତ୍ତାରେ କହିଛନ୍ତି। ସେ କହିଛନ୍ତି, ଭାରତ ଶାନ୍ତି ଚାହୁଁଛି। ଯୁଦ୍ଧକୁ ଅଧିକ ପ୍ରବର୍ତ୍ତାଇବା ଭଳି କୌଣସି ପରିସ୍ଥିତି ରହିବା ଉଚିତ୍ ନୁହେଁ। ଯୁଦ୍ଧର ଭୟାବହତା ଅତ୍ୟନ୍ତ ଭୟାନକ, ଯନ୍ତ୍ରଣାଦାୟକ ଏବଂ ଅସହ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe