ଭାରତୀୟମାନେ ମାନସିକ ସ୍ତର‌ରେ କୋଭିଡ୍-୧୯ ପ୍ରତିରୋଧୀ: ଶିକ୍ଷାର୍ଥୀଙ୍କୁ କହିଲେ ଚୀନ୍ ବିଶେଷଜ୍ଞ

Advertisment
ସଂକ୍ରମିତ କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଚିନ୍ତା

Image Source: Hindustan Times

ନୂଆଦିଲ୍ଲୀ: ଭାରତୀୟମାନେ କେବଳ ଶାରୀରିକ ଭାବେ ନୁହେଁ ମାନସିକସ୍ତରରେ ମଧ୍ୟ କରୋନାଭାଇରସ୍ ରୋଗ ପ୍ରତିରୋଧୀ ବୋଲି ଚୀନ୍‌ର ଶୀର୍ଷସ୍ତରୀୟ ସଂକ୍ରମଣ ରୋଗ ବିଶେଷଜ୍ଞ କହିଛନ୍ତି।

ବୁଧବାର ଦିନ ଚୀନ୍ ଦୂତାବାସ ତରଫରୁ ଆୟୋଜିତ ଏକ ଅନ୍‌ଲାଇନ୍ ଭିଡିଓ କଥୋପକଥନ ସମୟରେ ଭାରତରେ ଥିବା ଚୀନ୍‌ର ବିଦ୍ୟାର୍ଥୀମାନଙ୍କୁ ଏ କଥା କହିଛନ୍ତି  ବିଶେଷଜ୍ଞ ଜଙ୍ଗ୍‌ ୱେନ୍‌ହଙ୍ଗ୍। ସେ କହିଲେ, ଥରେ ମୁଁ ଖବରରେ ଭାରତର ଗୋଟାଏ ଧାର୍ମିକ ସମାବେଶ‌ ଦେଖିଲି। ସେଥିରେ କୌଣସି ଲୋକ ମାସ୍କ୍‌ ପିନ୍ଧି ନ ଥିଲେ। ତେଣୁ ଭାରତୀୟମାନେ ଯେ କେବଳ ଶାରୀରିକ ଭାବେ କୋଭିଡ୍-୧୯ ରୋଗର ପ୍ରତିରୋଧୀ ନୁହନ୍ତି, ସେମାନେ ମାନସିକ ଭାବେ ମଧ୍ୟ ରୋଗ ପ୍ରତିରୋଧୀ।

ଚୀନ୍‌ର କୋଭିଡ୍-୧୯ ମୁକାବିଲାର ଅନ୍ୟତମ ନେତୃସ୍ଥାନୀୟ ବ୍ୟକ୍ତି ଜଙ୍ଗ୍ ଆହୁରି ମଧ୍ୟ କହିଲେ, ଭାରତୀୟମାନଙ୍କର ଶାନ୍ତ ମିଜାଜ୍। ଭାରତରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଆମେ ଦେଖୁଛନ୍ତି। କିନ୍ତୁ, ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ଭାରତର ଜନସଂଖ୍ୟା ଅଧିକ। ସେହି ହିସାବରେ ଭାରତର ସଂକ୍ରମଣ ହାର ଖୁବ୍ କମ୍। ଭାରତରେ ସଂକ୍ରମଣ ହାର ୧୦%ରୁ ଅଧିକ ହେବନାହିଁ। ତେଣୁ, ତୁମ ଚାରିପଟେ ଥିବା ୯୦% ଲୋକ ଭୂତାଣୁ ମୁକ୍ତ।

ସମ୍ପ୍ରତି ଜଙ୍ଗ୍ ସଙ୍ଘାଇସ୍ଥିତ ହୁଆସାନ୍ ହସ୍‌ପିଟାଲ୍‌ର ସଂକ୍ରମଣ ରୋଗ ବିଭାଗର ନିର୍ଦେଶକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe