ଖାର୍କିଭ୍‌ରୁ ବାହାରି ପାରୁନାହାନ୍ତି ଭାରତୀୟ, ଜୀବନ ବଞ୍ଚାଇବା ପାଇଁ କରୁଛନ୍ତି ସଂଘର୍ଷ

Advertisment

ବଙ୍କର ଭିତରେ ରହିବାକୁ ପରାମର୍ଶ ଦେଲେ ଭାରତ ସରକାର, ଅଳ୍ପ ଖାଅ, ବରଫ ତରଳାଇ ପାଣି ପିଅ

ବଙ୍କର ଭିତରେ ରହିବାକୁ ପରାମର୍ଶ ଦେଲେ ଭାରତ ସରକାର, ଅଳ୍ପ ଖାଅ, ବରଫ ତରଳାଇ ପାଣି ପିଅ

ଖାର୍କିଭ୍‌ରୁ ବାହାରି ପାରୁନାହାନ୍ତି ଭାରତୀୟ, ଜୀବନ ବଞ୍ଚାଇବା ପାଇଁ କରୁଛନ୍ତି ସଂଘର୍ଷ

Deccan Herald

ନୂଆଦିଲ୍ଲୀ : ୟୁକ୍ରେନର ଯୁଦ୍ଧ ବିଧ୍ବସ୍ତ ଖାର୍କିଭ୍‌ ସହରରେ ଜୀବନ ବଞ୍ଚାଇବା ପାଇଁ ଭାରତୀୟମାନେ ସଂଘର୍ଷ କରୁଛନ୍ତି। ଏଭଳି ସ୍ଥିତିରେ ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କୁ ବଙ୍କରରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏବେ କ୍ଷେପଣାସ୍ତ୍ର ମାଡ଼ର ଆଶଙ୍କା ରହିଛି। ପରିସ୍ଥିତି କେବେ ସୁଧୁରିବ କହି ହେଉନାହିଁ। ତେଣୁ ଭାରତୀୟମାନେ ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ରହିବାକୁ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ଖାଦ୍ୟ ଏବଂ ପିଇବା ପାଣି ସଂଗ୍ରହ କରିବାକୁ ପରାମର୍ଶ ଦିଆଯାଇଛି। ପୂରା ପେଟ ଖାଇବା ପରିବର୍ତ୍ତେ ଅଳ୍ପ ଅଳ୍ପ ଖାଇ ରାସନ ସାମଗ୍ରୀ ଅଧିକ ଦିନ ପାଇଁ ସାଇତି ରଖିବା ଲାଗି କୁହାଯାଇଛି।

ଖାର୍କିଭରେ ବିମାନ କିମ୍ବା ଡ୍ରୋନ ମାଧ୍ୟମରେ ଆକାଶ ମାର୍ଗରୁ, କ୍ଷେପଣାସ୍ତ୍ର, ବନ୍ଧୁକ ଗୁଳିଚାଳନା ଓ ଗ୍ରେନେଡ ମାଡ଼ ଆଦିର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ସାମଗ୍ରୀ ଥିବା ଏକ ଛୋଟ କିଟ୍ ୨୪ ଘଣ୍ଟା ନିଜ ପାଖରେ ରଖନ୍ତୁ। ଯଦି ଖୋଲା ଆକାଶ ତଳେ କିମ୍ବା କୌଣସି ପଡ଼ିଆ ମଧ୍ୟରେ ଥା’ନ୍ତି ତେବେ ବରଫ ତରଳାଇ ପାଣି ସଂଗ୍ରହ କରିବାକୁ ଚେଷ୍ଟା କରନ୍ତୁ। ଯଦି ସେଠାରେ ଉପଲବ୍ଧ ହେଉଥାଏ ତାହେଲେ ସମସ୍ତେ ଗୋଟିଏ ଲେଖାଏଁ ଅଳିଆ ଫିଙ୍ଗିବା ବ୍ୟାଗ୍ ନିଜ ନିଜ ପାଖରେ ରଖନ୍ତୁ। ସେଗୁଡ଼ିକୁ ତଳେ ବିଛାଇ ଶୋଇବା ଏବଂ ଥଣ୍ଡା, ବର୍ଷା ଓ ଝଡ଼ରୁ ରକ୍ଷା ପାଇଁ ବ୍ୟବହାର କରନ୍ତୁ। ୧୦ ଜଣ ଲେଖାଏଁ ଛୋଟ ଛୋଟ ଦଳ ଗଠନ କରନ୍ତୁ ଓ ପ୍ରତି ଦଳରେ ଜଣେ ଲେଖାଏଁ ସଂଯୋଜକ ଓ ଉପ ସଂଯୋଜକ ରୁହନ୍ତୁ। ନିଜ ନିଜର ଉପସ୍ଥିତି ସଂପର୍କରେ ସେହି ସଂଯୋଜକମାନେ ସର୍ବଦା ଅବଗତ ରହିବା ଜରୁରୀ। ଭୟଭୀତ ନହୋଇ ମାନସିକ ସ୍ତରରେ ଦୃଢ଼ ରୁହନ୍ତୁ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଇଛି। ଯେକୌଣସି ପ୍ରକାର ଜଟିଳ ପରିସ୍ଥିତିର ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe