ଖୁବ୍ ଶୀଘ୍ର କରୋନା ଆକ୍ରାନ୍ତ ଉହାନରେ ଫସିଥିବା ୨୫୦ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯିବ

ଖୁବ୍ ଶୀଘ୍ର କରୋନା ଆକ୍ରାନ୍ତ ଉହାନରେ ଫସିଥିବା ୨୫୦ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯିବ

Deccan Herald

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଅନ୍ତୁଡ଼ିଶାଳ କୁହାଯାଉଥିବା ଚୀନର ଉହାନ୍ ସହରରେ ଫସି ରହିିଥବା ୨୫୦ ଭାରତୀୟଙ୍କୁ ସେଠାରୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ସରକାର ଚୀନକୁ ଅନୁରୋଧ କରିବେ। କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଦେଶ ମନ୍ତ୍ରାଳୟ ଏ ନେଇ ଚୀନ ସରକାରଙ୍କୁ ବିଧିବଦ୍ଧ ଅନୁରୋଧ କରିବ। .ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଭାରତୀୟଙ୍କୁ ସେଠାରୁ ଆଣିବା ଲାଗି ବିମାନ ପଠାଇବ ଓ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଉହାନରେ ଫସିଥିବା ଭାରତୀୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବ। ଏଥିପାଇଁ ସ୍ବତନ୍ତ୍ର .ମେଡିକାଲ୍ ଟିମ୍ ଗଠନ କରାଯାଇଥିବା ସୂଚନା ମିଳିଛି। 

୨୫୦ ଭାରତୀୟଙ୍କୁ  ମୁକୁଳାଇ ସ୍ବଦେଶକୁ ଫେରାଇ ଆଣିବା ପାଇଁ ପୂର୍ବରୁ ଭାରତ ସରକାର ଚୀନକୁ ଅନୁରୋଧ କରି ସାରିଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଉହାନରେ ରହିଥିବା ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବ ଏୟାର୍‌ ଇଣ୍ଡିଆର ବୋଇଂ ୭୪୭ ବିମାନ। ଏହି ବିମାନ ପ୍ରସ୍ତୁତ ହୋଇ ରହିଛି। 

publive-image Aaj Tv

ଏୟାର୍‌ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି, ‘କରୋନା ଭାଇରସ୍‌ର ସହର ଉହାନରୁ ଭାରତୀୟମାନଙ୍କୁ ମୁକୁଳାଇ ଆଣିବା ପାଇଁ ବୋଇଂ ୭୪୭ ବିମାନ ପ୍ରସ୍ତୁତ ରହିଛି। ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ସରକାରଙ୍କ ଅନୁମତି ମିଳିଲେ ବିମାନ ଉହାନ ପହଞ୍ଚି ସେଠାରେ ଥିବା ଭାରତୀୟଙ୍କୁ ମୁକୁଳାଇ ଆଣିବ।’

ଉଲ୍ଲେଖଯୋଗ୍ୟ, ମାରାତ୍ମକ କରୋନା ଭାଇରସ୍‌ରେ ଏବେ ସୁଦ୍ଧା ଚୀନର ୨୫୦୦ ଲୋକ ଆକ୍ରାନ୍ତ ହୋଇ ସାରିଥିବା ବେଳେ ୧୦୬ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।  ଚୀନର ଉହାନ ସହରକୁ ସମସ୍ତ ଯୋଗାଯୋଗର ପଥ ବନ୍ଦ କରି ଦିଆଯିବା ପରେ ଶନିବାର ଭାରତ ସରକାର ଉହାନରେ ରହୁଥିବା ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଚୀନ ସରକାରଙ୍କୁ ଅନୁରୋଧ କରିଥିବା ବେଳେ ରବିବାର ଆମେରିକା ନିଜ ଦେଶର ନାଗରିକମାନଙ୍କ ପାଇଁ ତତ୍ପର ହୋଇ ଉଠିଥିଲା। ଉହାନରେ ଥିବା ଆମେରିକୀୟ ନାଗରିକମାନଙ୍କୁ ସ୍ବଦେଶକୁ ଫେରାଇ ଆଣିବାକୁ ଆମେରିକା ସରକାର ନିଜ ତରଫରୁ ବିମାନର ବନ୍ଦୋବସ୍ତ କରିଥିବା ସୂଚନା ରହିଛି। ଚୀନର ଉହାନ ସହରରେ ପ୍ରାୟ ୨୫୦ରୁ ୩୦୦ ଭାରତୀୟ ଫସି ରହିଥିବା ଜାଣିବାକୁ ମିଳିଛି। ଏହି ଭାରତୀୟମାନେ ବେଜିଂସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe