Image Courtesy of DNA India
ନୂଆଦିଲ୍ଲୀ: ଆଉ ୧୧୮ଟି ମୋବାଇଲ୍ ଆପ୍ଲିକେସନ୍ ନିଷେଧ କରିବାକୁ ଭାରତର ପଦକ୍ଷେପ ଚୀନ୍ ନିବେଶକ ଓ ସେବା ପ୍ରଦାନକାରୀମାନଙ୍କର ଆଇନଗତ ସ୍ବାର୍ଥ ଉଲ୍ଲଂଘନ କରୁଛି ବୋଲି ଗୁରୁବାର ଦିନ ଚୀନ୍ କହିଛି।
ଚୀନ୍ ବାଣିଜ୍ୟ ମନ୍ତ୍ରାଳୟର ମୁଖପାତ୍ର ଗାଓ ଫେଙ୍ଗ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବେଜିଙ୍ଗ୍ ଭୀଷଣ ଚିନ୍ତିତ ହେବା ସହ ଚୀନ୍ ମୋବାଇଲ୍ ଆପ୍ ନିଷେଧାଦେଶକୁ ଦୃଢ଼ତାର ସହ ବିରୋଧ କରୁଛି।
ଡାଟା ଗୋପନୀୟତା ଉଲ୍ଲଂଘନ ଏବଂ ଜାତୀୟ ନିରାପତ୍ତା ପ୍ରତି ବିପଦ ଥିବା ଦର୍ଶାଇ ନରେନ୍ଦ୍ର ମୋଦୀ ସରକାର ଜନପ୍ରିୟ ଖେଳ ଆପ୍ ପବ୍ଜି ସମେତ ଚୀନ୍ ସମ୍ପୃକ୍ତି ଥିବା ଆଉ ୧୮୮ଟି ମୋବାଇଲ୍ ଆପ୍ ନିଷେଧ କରିବାର ଦିନକ ପରେ ଚୀନ୍ ଏ ଭଳି ପ୍ରତିକ୍ରିୟା ପ୍ରକାଶ କରିଛି।
Image Courtesy of WIONବୁଧବାର ଦିନ ଭାରତ ସରକାର ନିଷେଧ କରିଥିବା ଆପ୍ଗୁଡ଼ିକ ମଧ୍ୟରେ ଅଛି – ବାଇଦୁ, ବାଇଦୁ ଏକ୍ସପ୍ରେସ୍ ଏଡିସନ୍, ଆଲିପ୍ଲେ, ଟେନ୍ସେଣ୍ଟ୍ ୱାଚ୍ଲିଷ୍ଟ୍, ଫେସ୍ୟୁ, ୱିଚାଟ୍ ରିଡିଙ୍ଗ୍, ଗଭର୍ଣ୍ଣମେଣ୍ଟ୍ ୱିଚାଟ୍, ଟେନ୍ସେଣ୍ଟ୍ ୱେଇୟୁନ୍, ଆପସ୍ ଲୁନାର ପ୍ରୋ, ଆପସ୍ ସିକ୍ୟୁରିଟି, କଟ୍ କଟ୍, ସେୟାର୍ସେଭ୍ ବାୟ ଜିଓମି ଏବଂ କ୍ୟାମ୍କାର୍ଡ।
ଗତକାଲି ନିଷେଧ କରାଯାଇଥିବା ମୋବାଇଲ୍ ଆପ୍ଗୁଡ଼ିକୁ ମିଶାଇ ଚୀନ୍ ସମ୍ପୃକ୍ତି ଥିବା ସମୁଦାୟ ୨୨୪ଟି ଆପ୍ ଭାରତ ନିଷେଧ କରିଛି। ପୂର୍ବରୁ ଜୁନ୍ ୨୯ ତାରିଖ ଦିନ ଭାରତ ସରକାର ୫୯ଟି ଚୀନ୍ ଆପ୍ ନିଷିଦ୍ଧ କରିଥିଲେ।
Follow Us