Advertisment

ୟୁନୁସ୍ ସରକାରଙ୍କ ଉପରେ ଭାରତର ବଡ଼ ପଦକ୍ଷେପ: ଟ୍ରାନ୍ସ-ସିପ୍‌ମେଣ୍ଟ୍‌ ସୁବିଧା ବନ୍ଦ

Advertisment

ଭାରତ ବାଂଲାଦେଶକୁ ଦିଆଯାଇଥିବା ଟ୍ରାନ୍ସ-ସିପ୍‌ମେଣ୍ଟ୍ ସୁବିଧା ପ୍ରତ୍ୟାହାର କରିନେଇଛି। ଏହି ନିଷ୍ପତ୍ତି ଭାରତୀୟ ବନ୍ଦରଗୁଡ଼ିକରେ ଭିଡ଼, ବିଳମ୍ବ ଏବଂ ଖର୍ଚ୍ଚ ବୃଦ୍ଧି ସମସ୍ୟାର ସମାଧାନ କରିବ। ବାଂଲାଦେଶକୁ ଏବେ ନିଜସ୍ୱ ବନ୍ଦର ଉପରେ ନିର୍ଭର କରିବାକୁ ପଡିବ...

ଭାରତ ବାଂଲାଦେଶକୁ ଦିଆଯାଇଥିବା ଟ୍ରାନ୍ସ-ସିପ୍‌ମେଣ୍ଟ୍ ସୁବିଧା ପ୍ରତ୍ୟାହାର କରିନେଇଛି। ଏହି ନିଷ୍ପତ୍ତି ଭାରତୀୟ ବନ୍ଦରଗୁଡ଼ିକରେ ଭିଡ଼, ବିଳମ୍ବ ଏବଂ ଖର୍ଚ୍ଚ ବୃଦ୍ଧି ସମସ୍ୟାର ସମାଧାନ କରିବ। ବାଂଲାଦେଶକୁ ଏବେ ନିଜସ୍ୱ ବନ୍ଦର ଉପରେ ନିର୍ଭର କରିବାକୁ ପଡିବ...

India's big move against Yunus government: Closure of trans-shipment facilities

India's big move against Yunus government: Closure of trans-shipment facilities Photograph: (sambad.in)

ନୂଆଦିଲ୍ଲୀ: ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସମ୍ପର୍କରେ ବାଂଲାଦେଶ ମୁଖ୍ୟ ମହମ୍ମଦ ୟୁନୁସ୍‌ଙ୍କ ମନ୍ତବ୍ୟ ଏବେ ମହଙ୍ଗା ପଡ଼ିଛି। ବାଂଲାଦେଶକୁ ଝଟକା ଦେଇ ଭାରତ ବାଂଲାଦେଶକୁ ଦିଆଯାଉଥିବା ଟ୍ରାନ୍ସ-ସିପ୍‌ମେଣ୍ଟ୍ ସୁବିଧା ପ୍ରତ୍ୟାହାର କରିବାର ଏକ ବଡ଼ ନିଷ୍ପତ୍ତି ନେଇଛି।

ଏହି ନିଷ୍ପତ୍ତି ଏପ୍ରିଲ ୮ ତାରିଖରୁ କାର୍ଯ୍ୟକାରୀ ହୋଇଛି। ବୈଦେଶିକ ମନ୍ତ୍ରଣାଳୟ (ଏମଇ) ସ୍ପଷ୍ଟ କରିଛି ଯେ, ଏହି ସୁବିଧା ଭାରତୀୟ ବନ୍ଦର ଏବଂ ବିମାନବନ୍ଦରଗୁଡ଼ିକରେ ଅତ୍ୟଧିକ ଭିଡ଼, ଲଜିଷ୍ଟିକ୍ ବିଳମ୍ବ ଏବଂ ଖର୍ଚ୍ଚ ବୃଦ୍ଧି ଘଟାଉଥିଲା, ଯାହା ଫଳରେ ଭାରତର ନିଜସ୍ୱ ରପ୍ତାନି ପ୍ରଭାବିତ ହେଉଥିଲା।

ଟ୍ରାନ୍ସ-ସିପ୍‌ମେଣ୍ଟ୍‌ର ଅର୍ଥ:

ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ସାମଗ୍ରୀ ପରିବହନ ପାଇଁ ତୃତୀୟ ଦେଶର ବନ୍ଦର, ବିମାନବନ୍ଦର କିମ୍ବା ପରିବହନ ସୁବିଧାର ଅସ୍ଥାୟୀ ଭାବେ ବ୍ୟବହାର କରିବାକୁ ଟ୍ରାନ୍ସ-ସିପ୍‌ମେଣ୍ଟ୍‌ କୁହାଯାଇଥାଏ। ଭାରତ ବାଂଲାଦେଶକୁ ଏହି ସୁବିଧା ପ୍ରଦାନ କରିଥିଲା ​​ଯାହା ଦ୍ୱାରା ବାଂଲାଦେଶ ଭାରତୀୟ ବନ୍ଦର କିମ୍ବା ବିମାନବନ୍ଦର ମାଧ୍ୟମରେ ବିଶ୍ୱର ଅନ୍ୟ ଦେଶକୁ ନିଜର ସାମଗ୍ରୀ ପଠାଇପାରିବ ଏବଂ କିଛି କ୍ଷେତ୍ରରେ ଭାରତୀୟ ବନ୍ଦରଗୁଡ଼ିକରେ ନିଜର ସାମଗ୍ରୀ ଅନଲୋଡ୍ ମଧ୍ୟ କରିପାରିବ।

ଉଦାହରଣ ସ୍ୱରୂପ, ବାଂଲାଦେଶରୁ ସାମଗ୍ରୀ କୋଲକାତା ବନ୍ଦର କିମ୍ବା ମୁମ୍ବାଇ ବନ୍ଦର ଦେଇ ୟୁରୋପ, ଆମେରିକା କିମ୍ବା ଆଫ୍ରିକାକୁ ପଠାଯାଉଥିଲା। ସେହି ସମୟରେ, ଚେନ୍ନାଇ ବିମାନବନ୍ଦରରୁ କିଛି ପରିବହନ ମଧ୍ୟ କରାଯାଉଥିଲା। ବାଂଲାଦେଶର କିଛି ବନ୍ଦର ଏବଂ ଲଜିଷ୍ଟିକ୍ସ ଭିତ୍ତିଭୂମିରେ ସୀମାବଦ୍ଧତା ଥିବାରୁ ତାକୁ ସମର୍ଥନ କରିବା ଏହାର ଲକ୍ଷ୍ୟ ଥିଲା।

ଅଧିକ ପଢ଼ନ୍ତୁ: ବାଟା, ପିଜା ହଟ୍, କେଏଫସି ଦୋକାନ କାହିଁକି ଲୁଟ୍ କରୁଛନ୍ତି ବାଂଲାଦେଶୀ

ଭାରତୀୟ ବ୍ୟବସାୟୀଙ୍କୁ ଲାଭ:

ଭାରତୀୟ ବନ୍ଦର ଏବଂ ବିମାନବନ୍ଦର ଉପରେ ଚାପ ହ୍ରାସ ପାଇବ। ଭାରତୀୟ ରପ୍ତାନିକାରୀମାନଙ୍କୁ ଆଶ୍ୱସ୍ତି ମିଳିବ। ଏହି ନିଷ୍ପତ୍ତି ସ୍ଥାନୀୟ ବ୍ୟବସାୟିକ ସ୍ୱାର୍ଥକୁ ପ୍ରାଥମିକତା ଦେବାର ନୀତିକୁ ମଧ୍ୟ ସୂଚିତ କରେ। ମହମ୍ମଦ ୟୁନୁସ୍ ଚୀନ୍‌ରେ କହିଥିଲେ ଯେ, ବଙ୍ଗୋପସାଗର ସେମାନଙ୍କର ଏବଂ ଏବେ ଏହି ନିଷ୍ପତ୍ତି ଦ୍ବରା ସେମାନେ ବୁଝିବେ ଯେ, ଭାରତ ମହାସାଗର ଦେଇ ବାଣିଜ୍ୟ କରିବା ପାଇଁ ଭାରତର ଦୟା ଆବଶ୍ୟକ।

ଅଧିକ ପଢ଼ନ୍ତୁ: ଆମେ ହୃଦୟରୁ ଚେଷ୍ଟା କରୁନାହୁଁ: ନିଜ ଦଳର ନେତାଙ୍କ ବାବଦରେ ଏମିତି କହିଲେ ଖଡ଼ଗେ

Bangladesh | India | transhipment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe