Image Courtesy of The Hindu
ନୂଆଦିଲ୍ଲୀ: ପ୍ରାୟ ୧୭ ଲକ୍ଷ ଆକ୍ରାନ୍ତ ବ୍ୟକ୍ତି ସଂକ୍ରମଣରୁ ଆରୋଗ୍ୟ ଲାଭ କରିବା ସହ ଭାରତର କୋଭିଡ୍-୧୯ ସୁସ୍ଥତା ହାର ୭୦.୭୭%କୁ ବୃଦ୍ଧି ପାଇଥିବା କଥା ଗୁରୁବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।
ଏହାଛଡ଼ା, କୋଭିଡ୍-୧୯ ସଂକ୍ରମଣ ଜନିତ ମୃତ୍ୟୁହାର ମଧ୍ୟ ୧.୯୬କୁ ହ୍ରାସ ପାଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ସ୍ବାସ୍ଥ୍ୟମନ୍ତ୍ରାଳୟ କହିଛି ଯେ, ରେକର୍ଡ ସଂଖ୍ୟକ ସଂକ୍ରମିତ ସୁସ୍ଥ ହେଉଥିବାରୁ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣ ସଂଖ୍ୟାର ମାତ୍ର ୨୭. ୭%ରେ ପହଞ୍ଚିଛି।
ସ୍ବସ୍ଥ୍ୟା ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସମ୍ପ୍ରତି ଦେଶରେ କୋଭିଡ୍-୧୯ରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟପିଯାଇଛି। ଗୁରୁବାର ସକାଳ ୮ଟା ସୁଦ୍ଧା ଶେଷ ହେଉଥିବା ୨୪ ଘଣ୍ଟା ମଧ୍ୟରେ ଦେଶରେ ସୁସ୍ଥତା ସଂଖ୍ୟା ୫୬, ୩୮୩ରେ ପହଞ୍ଚି ରେକର୍ଡ କରିଛି।
‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ ତଥ୍ୟ ଅନୁସାରେ, ବୁଧବାର ଦିନର ସର୍ବାଧିକ ୮, ୩୦, ୩୯୧ ନମୁନା ସମେତ ଅଗଷ୍ଟ ୧୨ ତାରିଖ ସୁଦ୍ଧା ସମୁଦାୟ ୨, ୬୮, ୪୫, ୬୮୮ ନମୁନା ପରୀକ୍ଷା କରାଯାଇଛି।
Follow Us