Image Courtesy of Hindustan Times
ନୂଆଦିଲ୍ଲୀ: ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ୩. ୬ ନିୟୁତରୁ ଅଧିକ କରୋନାଭାଇରସ୍ ଆକ୍ରାନ୍ତ ରୋଗୀ ସୁସ୍ଥ ହେଲେଣି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକ ସମେତ ପାଞ୍ଚଟି ରାଜ୍ୟର ବୋଲି ଶନିବାର ଦିନ ସରକାର କହିଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁସାରେ, ଶୁକ୍ରବାର ଓ ଶନିବାର ସକାଳ ମଧ୍ୟରେ ରେକର୍ଡ ସଂଖ୍ୟକ ୮୧, ୫୩୩ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇ ଦେଶର ସୁସ୍ଥତା ସଂଖ୍ୟା ୩, ୬୨୪, ୧୯୬ରେ ପହଞ୍ଚାଇଛନ୍ତି। ଆରୋଗ୍ୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୦% ହେଉଛି ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶର।
ଗୋଟିଏ ଦିନର ସୁସ୍ଥତା ସଂଖ୍ୟା ହିସାବରେ ମହାରାଷ୍ଟ୍ରରେ ସୁସ୍ଥତା ସଂଖ୍ୟା ହେଉଛି ୧୪, ୦୦୦ରୁ ଅଧିକ ଏବଂ କର୍ଣ୍ଣାଟକରେ ୧୨, ୦୦୦ରୁ ଅଧିକ ବୋଲି ଶନିବାର ଦିନର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଡ୍ୟାସ୍ବୋର୍ଡରୁ ଜଣାପଡ଼ିଛି।
Image Courtesy of Hindustan Timesସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଏହି ରାଜ୍ୟମାନେ ମଧ୍ୟ ସର୍ବାଧିକ ସଂଖ୍ୟକ ନୂତନ ସୁସ୍ଥତା ରିପୋର୍ଟ କରିଛନ୍ତି। ଧ୍ୟାନକେନ୍ଦ୍ରିକ ମୁକାବିଲା କୌଶଳ ଓ ପଦକ୍ଷେପ ବଳରେ ଭାରତ କ୍ରମାଗତ ସର୍ବାଧିକ ସଂଖ୍ୟକ ସୁସ୍ଥତା ରିପୋର୍ଟ କରୁଛି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ସମ୍ପ୍ରତି କରୋନାଭାଇରସ୍ ସଂକ୍ରମଣ ତାଲିକାରେ ବିଶ୍ବର ଦ୍ବିତୀୟ ସଂକ୍ରମିତ ଦେଶ ହେଉଛି ଭାରତ। ଏପର୍ଯ୍ୟନ୍ତ ସମଗ୍ର ବିଶ୍ବରେ ୨୮ ନିୟୁତ ବ୍ୟକ୍ତି କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୯୧୫, ୬୦୮ଜଣ ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଜନ୍ ହପ୍କିନ୍ସ୍ ୟୁନିଭର୍ସିଟି ଡାଟାରୁ ଜଣାପଡ଼ିଛି।
Follow Us