୯୦ ଲକ୍ଷ ଟପିଲା ଭାରତରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୧୩୨, ୧୬୨

Advertisment
୯୦ ଲକ୍ଷ ଟପିଲା ଭାରତରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୧୩୨, ୧୬୨

Image Courtesy of Hindustan Times

ନୂଆଦିଲ୍ଲୀ: ଶୁକ୍ରବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଭାରତରେ କୋଭିଡ୍‌-୧୯ ସଂକ୍ରମଣ ୯୦ ଲକ୍ଷ ଟପିଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୧୩୨, ୧୬୨ରେ ପହଞ୍ଚିଛି। ଏବେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୯୦, ୦୪, ୩୬୫। ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୫,୫୨୨ ନୂଆ ସଂକ୍ରମଣ ରେକର୍ଡ କରାଯାଇଛି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ୫୮୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଏହାଛଡ଼ା, ଗୁରୁବାର ସକାଳରୁ ଶୁକ୍ରବାର ସକାଳ ମଧ୍ୟରେ ୪୪,୮୦୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୪୩, ୭୯୪।

publive-image Image Courtesy of India Today

ଶୁକ୍ରବାର ଦିନ ସୁସ୍ଥତା ହାର ୯୩.୬୦%କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ଦେଶରେ ସମୁଦାୟ ସୁସ୍ଥତାସଂଖ୍ୟା ୮, ୪୨୮, ୪୦୯ରେ ପହଞ୍ଚିଛି। ସୁସ୍ଥତା ଏବଂ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ବ୍ୟବଧାନ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି ଏବଂ ଏବେ ବ୍ୟବଧାନ ସଂଖ୍ୟା ହେଉଛି ୭, ୯୮୪,୬୧୫।
ଗୁରୁବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲା ଯେ, ଗତ ୪୭ ଦିନ ହେବ ନିରବଚ୍ଛିନ୍ନ ଭାବେ ସୁସ୍ଥତାସଂଖ୍ୟା ଦୈନିକ ନୂତନ ସଂକ୍ରମଣ ସଂଖ୍ୟାକୁ ଅତିକ୍ରମ କରି ଚାଲିଛି। ଫଳରେ ଭାରତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫% ତଳକୁ ଖସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe