Image Courtesy of India Today
ନୂଆଦିଲ୍ଲୀ: ଜୁଲାଇ ମାସ ପର୍ଯ୍ୟନ୍ତ ଭାରତରେ କୋଭିଡ୍-୧୯ ଟିକାର ନିଅଣ୍ଟିଆ ପରିସ୍ଥିତି ଲାଗି ରହିବ ବୋଲି ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ମୁଖ୍ୟ ଅଦର ପୁନାୱାଲା କହିଛନ୍ତି।
‘ଫାଇନାନ୍ସିଆଲ୍ ଟାଇମ୍ସ୍’ ରିପୋର୍ଟ ଅନୁସାରେ, ଅଦର୍ ପୁନାୱାଲା କହିଛନ୍ତି ଯେ, ଜୁଲାଇ ମାସ ପର୍ଯ୍ୟନ୍ତ ଭାରତରେ କୋଭିଡ୍-୧୯ ଟିକା ନିଅଣ୍ଟ ହେବ। ଜୁଲାଇ ମାସରେ କୋଭିଡ୍-୧୯ ଟିକା ଉତ୍ପାଦନ ବୃଦ୍ଧି ପାଇବ ବୋଲି ମଧ୍ୟ ସେ ଆଶା କରୁଥିବା କହିଛନ୍ତି।
Image Courtesy of Scroll.inସେ କହିଛନ୍ତି, ମାସକୁ ୬୦ରୁ ୭୦ ନିୟୁତ ଡୋଜ୍ ଉତ୍ପାଦନ ହେଉଥିବା ଟିକା ୨୦୨୧ ଜୁଲାଇରେ ୧୦୦ ନିୟୁତ ହେବ। ଜାନୁଆରି ମାସରେ କୋଭିଡ୍-୧୯ ସଂକ୍ରମଣ ମାମଲା ହ୍ରାସ ପାଇବା ବେଳେ କରୋନାଭାଇରସ୍ର ଦ୍ବିତୀୟ ପ୍ରବାହ ଆସିବ ବୋଲି ସରକାରୀ କର୍ତ୍ତୃପକ୍ଷମାନେ କଳ୍ପନା କରି ପାରି ନ ଥିଲେ। ସତରେ ସମସ୍ତେ ଭାବି ଥିଲେ ଭାରତ ଏହି ମହାମାରୀକୁ ଫେରାଇ ଦେବା ଆରମ୍ଭ କଲାଣି।
ସେ ପୁଣି ମଧ୍ୟ କହିଛନ୍ତି, ଟିକା ପାଇଁ ବ ବରାଦ ମଳୁଥିବାରୁ ତାଙ୍କ କମ୍ପାନି ଉତ୍ପାଦନ ବୃଦ୍ଧି କରିବ। ସେତେବେଳ ବରାଦ ନ ଥିବାରୁ ବର୍ଷକୁ ୧ ବିଲିୟନ୍ ଡୋଜ୍ରୁ ଅଧିକ ଟିକା ଆବଶ୍ୟକ ହେବ ବୋଲି ଆମେ ଭାବୁ ନ ଥିଲୁ।
ସୂଚନାଯୋଗ୍ୟ, ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଆଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟଦ୍ବାରା ବିକଶିତ ଟିକା ଉତ୍ପାଦନ କରୁଛି।
Follow Us