ଦେଶର କରୋନା ଆରୋଗ୍ୟ ହାର ୨୫ ପ୍ରତିଶତକୁ ବୃଦ୍ଧି : ଲବ ଅଗ୍ରଓ୍ୱାଲ

Advertisment
ଖୁବ ଶୀଘ୍ର ଜାରି ହେବ ନୂଆ ରେଡ,ଅରେଞ୍ଜ ଓ ଗ୍ରୀନ ଜୋନ ଜିଲ୍ଲା ତାଲିକା : ଲବ ଅଗ୍ରଓ୍ୱାଲ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୧୭୧୮ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହିତ ମୋଟ ସଂକ୍ରମିତ ସଂଖ୍ୟା ୩୩୦୫୦ ରେ ପହଞ୍ଚିଛି ।  ତେବେ ଦେଶର ଆରୋଗ୍ୟ ହାର ନିୟମିତ ଭାବେ ବଢିଚାଲିଛି । ଗତ ୨୪  ଘଣ୍ଟାରେ ୬୩୦ ଜଣ ସୁସ୍ଥ ହୋଇଛନ୍ତି ଓ ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୮୩୨୪ ରେ ପହଞ୍ଚିଛି । । ମାତ୍ର ୧୪ ଦିନ ପୂର୍ବେ ଦେଶର ଆରୋଗ୍ୟ ହାର ୧୩ ପ୍ରତିଶତ ଥିବାବେଳେ ଏବେ ତାହା ୨୫.୧୯ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ମୃତ୍ୟୁହାର ୩.୨ ପ୍ରତିଶତରେ ସ୍ଥିର ରହିଛି ଓ ଦେଶର ମୃତକଙ୍କ ମଧ୍ୟରୁ ୭୮ ପ୍ରତିଶତଙ୍କର ପୂର୍ବରୁ ଅନ୍ୟ ରୋଗଥିଲା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି । ସେ କହିଛନ୍ତି ଯେ ଦେଶର ଦ୍ୱିଗୁଣିତ ହାର ମଧ୍ୟ ୧୧ ଦିନକୁ ବୃଦ୍ଧି ପାଇଛି । ଦେଶରେ କେବଳ ଆରଟି-ପିସିଆର ଟେଷ୍ଟ କରାଯାଉଛି ।

ଏହି ଅବସରରେ ଉପସ୍ଥିତ ଥିବା କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ଶ୍ରମିକ,ଛାତ୍ରଛାତ୍ରୀ, ପର୍ଯ୍ୟଟକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଇବା ସଂପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ । ଏବେ କେବଳ ବସରେ ସେମାନଙ୍କ ପରିବହନ କରିବା ଲାଗି ଗାଇଡଲାଇନ ଜାରି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe