ଭାରତର କୋଭିଡ୍‌ ସ୍ଥିତି ଅଧ୍ୟୟନ କଲା ଏମ୍‌ଆଇଟି, ୨୦୨୧ରେ ଦୈନିକ ୩ ଲକ୍ଷ ସଂକ୍ରମଣ!

ଟିକା ନଆସିଲେ ଏବଂ ଉପଯୁକ୍ତ ଚିକିତ୍ସା ନମିଳିଲେ ସ୍ଥିତି ସାଂଘାତିକ ହେବ

କୋରାପୁଟରେ ହେବ ଆଉ ଦୁଇ କୋଭିଡ କେୟାର କେନ୍ଦ୍ର

National Herald

ନୂଆଦିଲ୍ଲୀ: ଦେଶରେ କ‌ରୋନା ସଂକ୍ରମଣ ସାଂଘାତିକ ରୂପ ନେଲାଣି। ଦୈନିକ ସଂକ୍ରମଣ ଏବେ ଭାରତରେ ୨୩ ହଜାରରୁ ଅଧିକ ରହୁଛି। କିନ୍ତୁ ଆଗକୁ ଭାରତରେ ସ୍ଥିତି ଅତ୍ୟନ୍ତ ବିଗିଡ଼ିଯିବ। ଯଦି କୋଭିଡ୍‌ ଟିକା ନ ବାହାରେ ‌ତେବେ ୨୦୨୧ ପ୍ରାରମ୍ଭ ତଥା ମାର୍ଚ୍ଚ ‌-ମେ’ ମଧ୍ୟରେ ଭାରତରେ ଦୈନିକ ସଂକ୍ରମଣ ମାମଲା ୨ଲକ୍ଷ ୮୭ ହଜାରରେ ପହଞ୍ଚିଯିବ। ଏମ୍‌ଆଇଟି (ମାସାଚୁସେଟ୍‌ସ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି)ର ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ‘ଏଷ୍ଟିମେଟିଂ ଦ ଗ୍ଲୋବାଲ୍‌ ‌ସ୍ପ୍ରେଡ୍‌ ଅଫ୍‌ କୋଭିଡ୍‌-୧୯’ ଶୀର୍ଷକରେ ପ୍ରକାଶ ପାଇଥିବା ଏହି ଅଧ୍ୟୟନ‌ରେ ବିଶେଷଜ୍ଞ ହାଜିର ରହମନ୍ଦନ, ଟିୱାଇ ଲିମ୍‌ ଏବଂ ‌ଜନ୍‌ ଷ୍ଟେରମାନ୍‌ କହିଛନ୍ତି ଯେ, ୨୦୨୧ ‌ଶୀତ ଶେଷ ସୁଦ୍ଧା ଭାରତରେ କରୋନା ସଂକ୍ରମଣ ମାମଲା ଅତି ଭୟଙ୍କର ସ୍ଥିତିରେ ପହଞ୍ଚିଥିବ। ବିନା ଟିକା ଏବଂ ଚିକିତ୍ସାରେ ବିଶ୍ବରେ ୨୪.୯ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବେ ଏବଂ ୧୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବ ବୋଲି ଏମ୍‌ଆଇଟି ଅଧ୍ୟୟନରୁ ଜଣାପଡ଼ିଛି। ବର୍ତ୍ତମାନର ଦୈନିକ ସଂକ୍ରମଣ ମାମଲା, ମୃତ୍ୟୁସଂଖ୍ୟା , ଟେଷ୍ଟ୍‌ ଏବଂ ଅନ୍ୟାନ୍ୟ ଦିଗଗୁଡ଼ିକୁ ଆକଳନ କରି ବିଶେଷଜ୍ଞମାନେ ୮୪ଟି ଦେଶରେ କରୋନା ସଂକ୍ରମଣର ସ୍ଥିତି ଆକଳନ କରିଛନ୍ତି।

ବିଶେଷଜ୍ଞମା‌ନେ ଏହା କହିଛନ୍ତି ଯେ, ୩୦ ଲକ୍ଷ ମାମଲା ସହ ଆମେରିକା ଏବେ ବିଶ୍ବରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ବିବେଚିତ ହୋଇଛି। କିନ୍ତୁ ଭାରତ ଖୁବ୍‌ ଶୀଘ୍ର ଆମେରିକାକୁ ଟପିଯିବ। ଫେବ୍ରୁଆରି ୨୦୨୧ ବେଳକୁ ଆମେରିକା ବିଶ୍ବରେ ଦ୍ବିତୀୟ ପ୍ରଭାବିତ ରାଷ୍ଟ୍ର ହୋଇଥିବ। ସେତେବେଳକୁ ଭାରତ ଆମେରିକାକୁ ଟପି ପ୍ରଥମ ସ୍ଥାନରେ ରହିଥିବ। ଭାରତର ଦୈନିକ ସଂକ୍ରମଣ ମାମଲା ୨୦୨୧ ପ୍ରଥମ ଭାଗରେ ୨ ଲକ୍ଷ ୮୭ ହଜାର ଥିବ। ଅନ୍ୟପକ୍ଷେ ଆମେରିକାରେ ଦୈନିକ ସଂକ୍ରମଣ ମାମଲା ସେତେବେଳେ ୯୫ ହଜାର ରହିବ। ସେହିପରି ଦକ୍ଷିଣ ଆଫ୍ରିକାରେ ଦୈନିକ ସଂକ୍ରମଣ ମାମଲା ୨୧ ହଜାର, ଇରାନ୍‌ରେ ୧୭ ହଜାର ଏବଂ ଇଣ୍ଡୋନେସିଆରେ ୧୩ ହଜାରରେ ପହଞ୍ଚିଥିବ। ଏମ୍‌ଆଇଟି ବିଶେଷଜ୍ଞମାନେ କହିଛନ୍ତି, ଯେତିକି ସଂକ୍ରମଣ ମାମଲା ରିପୋର୍ଟ କରାଯାଉଛି ବାସ୍ତବ ମାମଲା ତା’ଠାରୁ ୧୨ ଗୁଣା ଅଧିକ। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ୫୦ ପ୍ରତିଶତ ଅଧିକ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe