ଶେଷ ହୋଇନାହିଁ ଭାରତର କୋଭିଡ୍‌ ଟିକାକରଣ; ସରକାର ଗଚ୍ଛିତ ରଖିଛନ୍ତି ୩ କୋଟି ଟିକା

ଶେଷ ହୋଇନାହିଁ ଭାରତର କୋଭିଡ୍‌ ଟିକାକରଣ; ସରକାର ଗଚ୍ଛିତ ରଖିଛନ୍ତି ୩ କୋଟି ଟିକା

Image Courtesy of Newslaundry

ନୂଆଦିଲ୍ଲୀ: ଭାରତର ଟିକାକରଣ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ‌ଜନସାଧାରଣଙ୍କୁ ଦିଆଯିବା ପାଇଁ ସରକାର ୩ କୋଟି ଟିକା ଗଚ୍ଛିତ ରଖିଥିବା କଥା ସରକାରୀ ଅଧିକାରୀଙ୍କ ସୂତ୍ରରୁ ତଥ୍ୟ ସଂଗ୍ରହ କରି ରବିବାର ଦିନ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ସରକାରଙ୍କ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଶେଷ ଅବସ୍ଥାରେ ପହଞ୍ଚି ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ବିଭିନ୍ନ କେନ୍ଦ୍ରରେ ସରକାରଙ୍କର ହାରାହାରି ୩ କ‌ୋଟି କୋଭିଡ୍‌-୧୯ ଟିକା ଡୋଜ୍‌ ତଥାପି ଗଚ୍ଛିତ ଅଛି। ଏଥିରେ ଆଗାମୀ କେତେ ମାସ ସୁରୁଖୁରୁରେ ଚଳିଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

କୋଭିଡ୍‌-୧୯ ସଂକ୍ରମଣ ମାମଲା ଉପରେ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ନିର୍ଭର କରୁଛି। ଭାରତର ଟିକାକରଣ ଅଭିଯାନ ଉପରେ ଗୁରୁତ୍ବାରୋପ କରିବା ବେଳେ ସେମାନେ କହିଛନ୍ତି ଯେ, ବର୍ତ୍ତମାନ ପାଇଁ ଟିକା କିଣିବା ଦରକାର ନାହିଁ। ମାତ୍ର, ଏହାର ଅର୍ଥ ନୁହେଁ ଯେ, ସରକାରଙ୍କର କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଶେଷ ହୋଇଗଲା।

publive-image Image Courtesy of Zee News

ଉଲ୍ଲେଖଯୋଗ୍ୟ, ୨୦୨୧ ଜାନୁଆରି ୧୬ ତାରିଖରେ ଦେଶବ୍ୟାପୀ କୋଭିଡ୍‌-୧୯ ଟିକାକରଣ ଆରମ୍ଭ କରାଯାଇଥିଲା। ଏହାପରେ, ୨୦୨୧ ଜୁନ୍‌ ୨୧ରେ କୋଭିଡ୍‌-୧୯ ଟିକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ଦେଶବ୍ୟାପୀ  କୋଭିଡ୍‌-୧୯ ଟିକାକରଣ ବେଗ ଓ ପରିସର ପ୍ରଶସ୍ତ କରିବା ଲାଗି କେନ୍ଦ୍ର ସରକାର ବଦ୍ଧପରିକର।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କହିବା ଅନୁସାରେ, ଏପର୍ଯ୍ୟନ୍ତ ୨୧୯.୩୨ କୋଟି ଡୋଜ୍‌ କୋଭିଡ୍‌-୧୯ ଟିକାକରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe