ଦେଶର କରୋନା ସଂକ୍ରମିତ ସଂଖ୍ୟା ୬.୨ ଦିନରେ ଦୁଇଗୁଣ ହେଉଛନ୍ତି, ଲକଡାଉନ ପୂର୍ବରୁ ୩ ଦିନରେ ଦୁଇଗୁଣ ହେଉଥିଲେ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Advertisment

ଓଡ଼ିଶା ସମେତ ୧୯ଟି ରାଜ୍ୟର ଦ୍ୱିଗୁଣିତ ହାର ଜାତୀୟ ହାରଠାରୁ କମ ରହିଛି

ଓଡ଼ିଶା ସମେତ ୧୯ଟି ରାଜ୍ୟର ଦ୍ୱିଗୁଣିତ ହାର ଜାତୀୟ ହାରଠାରୁ କମ ରହିଛି

ମେ ପ୍ରଥମ ସପ୍ତାହ ତୁଳନାରେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୮୫% ହ୍ରାସ ପାଇଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଲକଡାଉନ ପୂର୍ବରୁ ଦେଶରେ କରୋନା ସଂକ୍ରମଣର ଦ୍ୱିଗୁଣିତ ହାର (ଡବଲିଂ ରେଟ) ମାତ୍ର ୩ ଦିନ ଥିଲା, କିନ୍ତୁ ଏବେ ତାହା ୬.୨ ଦିନକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ସମେତ ୧୯ଟି ରାଜ୍ୟର ଦ୍ୱିଗୁଣିତ ହାର ଜାତୀୟ ହାରଠାରୁ କମ ରହିଛି  ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ଆରୋଗ୍ୟ ଓ ମୃତ୍ୟୁ ଅନୁପାତ ୮୦:୨୦ ରହିଛି । ଅର୍ଥାତ ପ୍ରତି ୧୦୦ ଜଣରେ ୮୦ ଜଣ ଆରୋଗ୍ୟ ହେଉଛନ୍ତି ଓ ୨୦ ଜଣ ମୃତ୍ୟୁବରଣ କରୁଛନ୍ତି । ଏହା ବିଶ୍ୱର ଅଧିକାଂଶ ଦେଶମାନଙ୍କ ତୁଳନାରେ ଅଧିକ ।
ସେ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୧୦୦୭ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଥିବାବେଳେ ଓ ୨୩ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ଦେଶର ମୋଟ ସଂକ୍ରମଣ ସଂଖ୍ୟା ୧୩ ହଜାର ଟପିଯାଇଛି ଓ ୧୭୪୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଦେଶରେ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀର ଯୋଗାଣ ସ୍ୱାଭାବିକ ରହିଛି । ଏ କ୍ଷେତ୍ରରେ ଭାରତୀୟ ଡାକର ମଧ୍ୟ ଏକ ବଡ଼ ଭୂମିକା ରହିଛି । ଡାକ ବିଭାଗ ମାଧ୍ୟମରେ ଲୋକମାନଙ୍କ ଘରକୁ ପେନସନ ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ସ୍କିମର ସୁଫଳ ପହଞ୍ଚିପାରୁଛି । ଦେଶର ବିଭିନ୍ନ ଭାଗରେ ମୋବାଇଲ ପୋଷ୍ଟ ଅଫିସ କାର୍ଯ୍ୟ କରୁଛି । ବିଭାଗ ପକ୍ଷରୁ ୧୦୦ ଟନରୁ ଅଧିକ ପରିମାଣର ମେଡିକାଲ ସାମଗ୍ରୀର ପରିବବହନ କରାଯାଇଛି ବୋଲି ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ।

ସେ କହିଛନ୍ତି ଯେ ଲକଡାଉନ ନିୟମରୁ କୃଷି, ଉଦ୍ୟାନ କୃଷି ଓ ଗ୍ରାମାଞ୍ଚଳ ନିର୍ମାଣକୁ ମୁକ୍ତ ରଖାଯାଇଛି । କମ ଲୋକରେ ସାମାଜିକ ଦୂରତ୍ୱ ବଜାୟ ରଖି ଏସବୁ କାମ କରିହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe