Image Courtesy of Mint
ନୂଆଦିଲ୍ଲୀ: ଚୀନା କମ୍ପାନି ‘ହୁଆୱେଇ’ ଏବଂ ‘ଜେଡ୍ଟିଇ’ ଆଦିଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ୫ଜି ପରୀକ୍ଷା ପାଇଁ ଅନୁମତି ଦେବା ଲାଗି ଭାରତ ଗ୍ରହଣ କରିଥିବା ନିଷ୍ପତ୍ତି ‘ଚମତ୍କାର’ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ବିଭାଗର ଜଣେ ଶୀର୍ଷସ୍ତରୀୟ ଅଧିକାରୀ କହିଛନ୍ତି। ଚୀନ୍ଦ୍ବାରା ନିର୍ମିତ ନେଟ୍ୱାର୍କ ଉପକରଣ ସବୁ ଚୀନ୍ଦ୍ବାରା ନିୟନ୍ତ୍ରଣ ହେଉଥିବାରୁ ସେଗୁଡ଼ିକୁ ବ୍ୟବହାର କରିବା ବିପଜ୍ଜନକ ବୋଲି ସେ ଗଭୀର ଚିନ୍ତା ପ୍ରକଟ କରି କହିଛନ୍ତି।
ସୂଚନାଯୋଗ୍ୟ, ୫ଜି ପରୀକ୍ଷଣ ଲାଗି ଗତ ସପ୍ତାହରେ ଭାରତର ଦୂର ସଂଚାର ବିଭାଗ ‘ରିଲାଏନ୍ସ୍ ଜିଓ’, ‘ଭାରତ ବାୟୋଟେକ୍’, ‘ଭୋଡାଫୋନ୍ ଆଇଡିଆ’ ଏବଂ ‘ଏମ୍ଟିଏନ୍ଏଲ୍’ ଆଦି ଟେଲିକମ୍ କମ୍ପାନିମାନଙ୍କର ଆବେଦନ ସବୁକୁ ଅନୁମୋଦନ କରିଛି। କିନ୍ତୁ, ସେମାନଙ୍କ ମଧ୍ୟରୁ କେହି ଚୀନା କମ୍ପାନି ନିର୍ମିତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିପାରିବେ ନାହିଁ ବୋଲି ଦୂର ସଂଚାର ବିଭାଗ ସର୍ତ୍ତ ରଖିଛି।
Image Courtesy of The Indian Expressଦୈନିକ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ୍ ପ୍ରାଇସ୍ କହିଛନ୍ତି, ଭାରତ ସରକାରଙ୍କ ପକ୍ଷରୁ ଏହା ଗୋଟାଏ ଚମତ୍କାର ନିଷ୍ପତ୍ତି। ତେଣୁ, ଏ ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ପାଇଁ ଆପଣମାନେ ଭାରତ ସରକାରଙ୍କୁ କହିପାରିବେ।
କିନ୍ତୁ, ମୋ କହିବାରେ ଚୀନ୍ର ‘ପିପୁଲ୍ସ୍ ରିପବ୍ଲିକ୍’ ନିୟନ୍ତ୍ରଣରେ ଥିବାରୁ ଉକ୍ତ ଉପକରଣ ବ୍ୟବହାର କରି ନେଟ୍ୱାର୍କ ସ୍ଥାପନ କଲେ ତଥ୍ୟ ହରଣଚାଲ୍ ସହ ବିଭିନ୍ନ ପ୍ରକାରର ଅସୁବିଧା ସୃଷ୍ଟି ହୋଇପାରେ। ‘ହୁଆୱେଇ’ କିଂବା ‘ଜେଡ୍ଟିଇ’ ଭଳି ଅପରୀକ୍ଷିତ ଏବଂ ଅବିଶ୍ବାସୀ ଟେଲିକମ୍ୟୁନିକେସନ୍ ଯୋଗାଣକାରୀଙ୍କୁ ୫ଜି ନେଟ୍ୱାର୍କରେ ଉପଯୋଗ କରିବା କିଂବା ଦାୟିତ୍ବ ଦେବା ଅର୍ଥ ଦେଶର ନିରାପତ୍ତା, ଗରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଏବଂ ଗୋପନୀୟତା ଓ ମାନବିକ ଅଧିକାରକୁ ବିପଦଗ୍ରସ୍ତ କରାଇବା।
୫ଜି ପରୀକ୍ଷଣ ପାଇଁ ଭାରତୀୟ ସରକାରୀ କର୍ତ୍ତୃପକ୍ଷ ଚୀନ୍ ଟେଲିକମ୍ କମ୍ପାନିମାନଙ୍କୁ ଅନୁମତି ନ ଦେବାରୁ ଗତ ସପ୍ତାହରେ ଚୀନ୍ ଦୁଃଖ ପ୍ରକାଶ କରିଥିଲା।
Follow Us