ଚୀନ୍‌ ସରକାରୀ ଟିଭିର ଭାରତ ବିରୋଧୀ ଅପପ୍ରଚାର ବୁମେରାଂ ହେଲା

ଭାରତର ଦାବି ଅଧିକ ମଜଭୁତ

ଚୀନ୍‌ ସରକାରୀ ଟିଭିର ଭାରତ ବିରୋଧୀ ଅପପ୍ରଚାର ବୁମେରାଂ ହେଲା

Vox

ନୂଆଦିଲ୍ଲୀ: ଲଦାଖ୍‌ ମାମଲାରେ ଚୀନ୍‌ର ସରକାରୀ ଟେଲିଭିଜନ ସିସିଟିଭି-୪ ଲଗାତାର ଭାରତ ବିରୋଧରେ ବିଷୋଦ୍‌ଗାର କରିଚାଲିଛି। ତେବେ ଏହି ଚ୍ୟାନେଲ୍‌ରେ ଗତକାଲି ପ୍ରସାରିତ କେତେକ ସ୍ୟାଟେଲାଇଟ୍‌ ଫଟୋ ଭାରତର ଦାବିକୁ ଅଧିକ ମଜଭୁତ କରିଛି ଏବଂ ଚୀନ୍‌ର ଭାରତ ବିରୋଧୀ ପ୍ରଚାର ବୁମେରାଂ ହୋଇଛି। ଚୀନୀ ସୈନିକମାନେ ଜୁନ୍‌ରେ ହୋଇଥିବା ସଂଘର୍ଷ ପୂର୍ବରୁ ମେ ମାମ ପ୍ରାରମ୍ଭରେ ଗଲୱାନରେ ଭାରତୀୟ ଅଂଚଳରେ ଅତିକ୍ରମଣ କରିଥିବା ଏହି ଫଟୋରୁ ସ୍ପଷ୍ଟ ହୋଇଛି। ଚୀନ୍‌ ସେନାର ଅତିକ୍ରମଣକୁ ରୋକିବା ପାଇଁ ଭାରତୀୟ ସେନା ପ୍ରୟାସ କରିଥିଲେ। ପରେ ଗଲୱାନରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ଏଥିରେ ଚୀନ୍‌ର ମଧ୍ୟ ୪୦ରୁ ଅଧିକ ସୈନିକ ନିହତ ହୋଇଥିଲେ ମଧ୍ୟ ଚୀନ୍‌ ସେମାନଙ୍କ ସଂଖ୍ୟା ଓ ନାମ ପ୍ରକାଶ କରିନାହିଁ।

ଗତକାଲି ଚୀନ୍‌ ଲଦାଖ୍‌ର ୩ଟି ସ୍ଥାନରୁ ନିଜ ସୈନିକଙ୍କୁ ପଛକୁ ହଟାଇବା ଆରମ୍ଭ କରିଛି। ଆଜି ରାତି ସୁଦ୍ଧା ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି। ଚୀନ୍‌ ସରକାରୀ ଟେଲିଭିଜନ ସିସିଟିଭି ୪ ଗତରାତିରେ ଯେଉଁ ଉପଗ୍ରହ ଛବି ଦେଖାଇଥିଲା ସେଥିରେ କୁହାଯାଇଥିଲା ଯେ ପଶ୍ଚିମ ହିମାଳୟରେ ସମୁଦ୍ର ପତନଠାରୁ ପ୍ରାୟ ୧୪ ହଜାର ଫୁଟ ଉଚ୍ଚ ଗଲୱାନ ଘାଟିର ପଏଣ୍ଟ୍‌ ୧୪ରେ ଭାରତୀୟ ହେଲିକପ୍‌ଟର ପ୍ୟାଡ୍‌ ଏବଂ କ୍ୟାମ୍ପ୍‌ ରହିଛି। ତେବେ ସେହି ଅଂଚଳ ସଂପୂର୍ଣ୍ଣ ଭାବେ ଭାରତର ଥିବାରୁ ଚୀନ୍ ଟେଲିଭିଜନ୍‌ର ଏହି ପ୍ରସାରଣ ଭାରତର ଦାବିକୁ ଯଥାର୍ଥ ପ୍ରମାଣିତ କରିଛି। ୧୫ ଜୁନ୍‌ରେ ଚୀନ୍‌ ସେନା ଭାରତୀୟ ଅଂଚଳରେ ପ୍ରବେଶ କରିଥିଲେ ଏବଂ ସେମାନଙ୍କ ସହିତ ଭାରତୀୟ ସେନାର ସଂଘର୍ଷ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe