ନୂଆଦିଲ୍ଲୀ: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭାରତଠାରୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହା ନିଶ୍ଚିତ କରିଛନ୍ତି। ତେବେ ଆଉ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ଯେଉଁଥିରୁ ଏହା ସହଜରେ ଅନୁମାନ କରାଯାଇପାରେ ଯେ, ଦିଲ୍ଲୀ ଭବିଷ୍ୟତରେ ଏହି ଦାବି ଉପରେ କୌଣସି ନିଷ୍ପତ୍ତି ନେବ ନାହିଁ। ବର୍ତ୍ତମାନ ଏହା ଭାରତ ପାଇଁ ଏକ ବଡ କୂଟନୈତିକ ସମସ୍ୟା ପାଲଟିଛି।

Advertisment

ଶେଖ ହସିନାଙ୍କ ସରକାରୀ ପ୍ରତ୍ୟର୍ପଣ ଅନୁରୋଧ ପୂର୍ବରୁ ବାଂଲାଦେଶରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିଲା। ଛାତ୍ରଙ୍କ ବିରୋଧକୁ ଦମନ କରିବା ପାଇଁ ସେ ମାନବିକତା ବିରୋଧରେ ଅପରାଧ କରିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ସେ ଅଗଷ୍ଟରେ କ୍ଷମତାଚ୍ୟୁତ ହୋଇଥିଲେ ଏବଂ ଆଶ୍ରୟ ନେବାକୁ ବିମାନ ଯୋଗେ ଦିଲ୍ଲୀ ଆସିଥିଲେ।

ଏହା ମଧ୍ୟ ଅନୁମାନ କରାଯାଉଛି ଯେ, କିଛି ସମୟ ମଧ୍ୟରେ ଭାରତ ସରକାର ଏ ବାବଦରେ ଅଧିକ ବିସ୍ତୃତ ପ୍ରତିକ୍ରିୟା ଦେବେ। ଯାହା ଆଇନଗତ ଏବଂ କୂଟନୈତିକ ଦୃଷ୍ଟିକୋଣରେ ପରିପୂର୍ଣ୍ଣ ହେବ। ୨୦୧୩ଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ପ୍ରତ୍ୟର୍ପଣ ଚୁକ୍ତି ରହିଛି। କିନ୍ତୁ ଏହା ଅନ୍ତର୍ଗତ ଥିବା କୌଣସି କାର୍ଯ୍ୟ ଲମ୍ବା ଏବଂ ଜଟିଳ ହୋଇପାରେ।

ପ୍ରତ୍ୟର୍ପଣ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଭାରତର ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି ଏବଂ ଏହି ସମୟରେ ଭାରତର ବୈଦେଶିକ ନୀତି କାର୍ଯ୍ୟକାରୀ କରୁଥିବା ଲୋକଙ୍କ ମନରେ ଏହା ଜାରି ରହିଥିବା ଅନୁମେୟ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।  ଭାରତ ନିଜ ପଡ଼ୋଶୀ ବାଂଲାଦେଶ ସହିତ ସମ୍ପର୍କ ଖରାପ କରିବାକୁ ମଧ୍ୟ ଚାହୁଁନାହିଁ।  ଦୀର୍ଘ ଦିନ ଧରି ବାଂଲାଦେଶ ସହିତ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି। ଦ୍ୱିତୀୟ କାରଣ ହେଉଛି ବାମ ଉଦାରବାଦୀ ବ୍ୟବସ୍ଥାର ସୁରକ୍ଷା ପାଇଁ ଭାରତ ଚେଷ୍ଟା କରିବ  ଯାହା ବାଂଲାଦେଶକୁ ଧ୍ୱଂସ କରିବାକୁ ଚାହୁଥିବା ଦକ୍ଷିଣପନ୍ଥୀ ଶକ୍ତିଙ୍କୁ ଦୁର୍ବଳ କରିବ।

ଭାରତର ୪୦୦ରୁ ଅଧିକ ପ୍ରତିଷ୍ଠିତ ନାଗରିକ ବାଂଲାଦେଶ ନାଗରିକଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ବାଂଲାଦେଶ ଉଦାରବାଦୀ ଏବଂ ଧର୍ମନିରପେକ୍ଷ ହୋଇ ରହୁ ଏବଂ ଧାର୍ମିକ ସଂଖ୍ୟାଲଘୁ ସମେତ ସମସ୍ତ ନାଗରିକଙ୍କ ଅଧିକାର ସଂରକ୍ଷିତ ରହୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଖୋଲା ଚିଠିର ସଂଯୋଜକମାନେ ହେଉଛନ୍ତି ପୂର୍ବତନ କୂଟନୀତିଜ୍ଞ ଭେନା ସିକ୍ରି ଏବଂ ଭାସ୍ବତୀ ମୁଖାର୍ଜୀ। ସେମାନେ ବାଂଲାଦେଶରେ ସ୍ୱାଭାବିକତା ଫେରାଇବାକୁ ଚେଷ୍ଟା କରିଥିଲେ। ଯାହାଦ୍ବାରା ସମସ୍ତ ନାଗରିକ ସେମାନଙ୍କର ଧର୍ମର ଭିନ୍ନତା ଭିତ୍ତିରେ ବିନା ଭୟରେ ବଞ୍ଚିପାରିବେ।

ଏହି ଚିଠିରେ ରାଜସ୍ଥାନ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଅନିଲ ଦେବ ସିଂ, ସିକ୍କିମ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ତଥା କ୍ୟାଟର ଅଧ୍ୟକ୍ଷ ପ୍ରମୋଦ କୋହଲି, ଗୁଜରାଟ ହାଇକୋର୍ଟର ପୂର୍ବତନ ଜଷ୍ଟିସ ଏସଏମ ସୋନି ଏବଂ ପୂର୍ବତନ ବୈଦେଶିକ ସଚିବ କଂୱଲ ସିବଲ ପ୍ରମୁଖ ଦସ୍ତଖତ କରିଛନ୍ତି। ଏହା ପୂର୍ବରୁ ଆଶା କରାଯାଉଥିଲା ଯେ, ଏହି ଘଟଣା ବାଂଲାଦେଶରେ ଶକ୍ତି ପରିବର୍ତ୍ତନ କରିବ। ଏହା ସ୍ବତଃ ସ୍ପୃତ ଥିଲା, କିନ୍ତୁ ଏହା ଏକ ଯୋଜନାବଦ୍ଧ ଷଡଯନ୍ତ୍ରର ଫଳାଫଳ ବୋଲି ଚିଠିରେ ଦର୍ଶାଯାଇଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ବିଶୃଙ୍ଖଳିତ ହୋଇଛି।

ଭିଡ଼ ହିଂସା ଦେଶରେ ଜାରି ରହିଛି। ଭିଡ଼ ଯାହା ଚାହୁଁଛି ତାହା କରୁଛନ୍ତି। ସରକାର ଏକ ନିରବ ଦର୍ଶକ ସାଜିଛନ୍ତି । ଏକ ନିର୍ଦ୍ଦିଷ୍ଟ ଅଭିଯାନ ଅନ୍ତର୍ଗତ ନ୍ୟାୟପାଳିକା, କାର୍ଯ୍ୟନିର୍ବାହୀ, ଶିକ୍ଷାନୁଷ୍ଠାନ, ଗଣମାଧ୍ୟମ ଆଦି ପ୍ରାୟ ସମସ୍ତ କ୍ଷେତ୍ରରୁ ବାଧ୍ୟତାମୂଳକ ଇସ୍ତଫା ଜାରି ରହିଛି। ଯେଉଁଥିପାଇଁ ଆଇନ କାର୍ଯ୍ୟକାରୀ ହେଉନାହିଁ। ସବୁ ସ୍ଥାନରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଯଦିଓ ସେନାକୁ ପୁଲିସ କ୍ଷମତା ଦିଆଯାଇଛି, ତଥାପି ପରିସ୍ଥିତି ସ୍ୱାଭାବିକ ହୋଇନାହିଁ। କେବଳ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରସଙ୍ଗ ନୁହେଁ, ଦେଶର ରାଜନୈତିକ ସ୍ଥିରତାକୁ ନେଇ ମଧ୍ୟ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି।

ଧାରାକୁ ଫେରିବା ପାଇଁ ବାଂଲାଦେଶ ଏହାର ଅର୍ଥନୀତି ଆବଶ୍ୟକ କରେ। ଦେଶରେ ଶାନ୍ତି, ରାଜନୈତିକ ସ୍ଥିରତା ଏବଂ ପଡ଼ୋଶୀ ଦେଶ ବିଶେଷ କରି ଭାରତ ସହିତ ଭଲ ଏବଂ ସହଯୋଗୀ ସମ୍ପର୍କ ସ୍ଥାପନ ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। କିନ୍ତୁ ଜଣାପଡୁଛି, ବାଂଲାଦେଶର ମଧ୍ୟବର୍ତ୍ତୀ ସରକାର ଭାରତ ସହ ବିବାଦର ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି। ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଏହା ହେଉଛି ଦାବିର ଅର୍ଥ। ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି ଯେ, ଦିଲ୍ଲୀ ଶେଖ ହସିନାଙ୍କୁ କୌଣସି ମୂଲ୍ୟରେ ଢାକାକୁ ହସ୍ତାନ୍ତର କରିବ ନାହିଁ। 

ଅଧିକ ପଢ଼ନ୍ତୁ: ଅଜ୍ଞାତ ମୃତଦେହ ଚିହ୍ନଟରେ ବାୟୋମେଟ୍ରିକ୍ସର ଉପଯୋଗ ପାଇଁ ଶାହଙ୍କ ନିର୍ଦ୍ଦେଶ

ଶେଖ ହସିନାଙ୍କ ଯୋଗୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ମଜବୁତ ହୋଇଥିଲା। ଦୀର୍ଘ ଦିନ ଧରି ଚାଲିଆସୁଥିବା ସୀମା ଏବଂ ଜଳ ବିବାଦର ସମାଧାନ ହୋଇଥିଲା। ଭବିଷ୍ୟତରେ  ଏସବୁକୁ ସୁରକ୍ଷା ଦେବା ଦିଲ୍ଲୀର ଦାୟିତ୍ବ। କାରଣ ହସିନାଙ୍କୁ ଢାକାକୁ ହସ୍ତାନ୍ତର କରିବା ଅର୍ଥ ତାଙ୍କୁ ଫାଶୀକୁ ପଠାଇବା। ବାଂଲାଦେଶରେ ଶେଖ ହସିନାଙ୍କୁ ହତ୍ୟା କରିବାକୁ ଲୋକେ ଚାହୁଁଛନ୍ତି ବୋଲି ଦେଶର ଉଦାରବାଦୀ ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ଅଧିକ ପଢ଼ନ୍ତୁ: ସୁରକ୍ଷା ପାଇଁ ଆଣବିକ ବୋମା ବିକଶିତ କରୁଛୁ: ଆମେରିକାକୁ ପାକିସ୍ତାନର ଉତ୍ତର