ଲଣ୍ଡନ୍‌ରେ ତ୍ରିରଙ୍ଗା ଅବତରଣ କରିଥିବା ଖଲିସ୍ତାନୀ ସମର୍ଥକଙ୍କୁ ତ୍ରିରଙ୍ଗାରେ ଜବାବ ଦେଲା ଭାରତ

ଲଣ୍ଡନ୍‌ରେ ତ୍ରିରଙ୍ଗା ଅବତରଣ କରିଥିବା ଖଲିସ୍ତାନୀ ସମର୍ଥକଙ୍କୁ ତ୍ରିରଙ୍ଗାରେ ଜବାବ ଦେଲା ଭାରତ

Image Courtesy of NDTV

ନୂଆଦିଲ୍ଲୀ: ଅମୃତପାଲ୍‌ ସିଂହଙ୍କ ଉପରେ ଚଢ଼ଉ ଘଟଣା ବିପକ୍ଷରେ ପ୍ରତିବାଦ କରି ପ୍ରଦର୍ଶନ କରୁଥିବା ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନ୍‌ସ୍ଥିତ ‘ଇଣ୍ଡିଆ ହାଇକମିସନ୍‌ ବିଲ୍‌ଡିଙ୍ଗ୍‌’ ବାହାରେ ଉଡୁଥିବା ତ୍ରିରଙ୍ଗ ପତାକାକୁ ଅବତରଣ କରାଇବାର କିଛି ସମୟ ପରେ ସେଠାରେ ଭାରତ ଆଗ ଅପେକ୍ଷା ଯଥେଷ୍ଟ ବଡ଼ ତ୍ରିରଙ୍ଗା ଲଗାଇଛି।

ଗୋଟାଏ ପ୍ରକାଣ୍ଡ ଜାତୀୟ ପତାକା ଲଣ୍ଡନ୍‌ର ଅଲ୍‌ଡ୍‌ୱିଚ୍‌ସ୍ଥିତ ‘ଇଣ୍ଡିଆ ହାଉସ୍‌’ର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ବ୍ୟାପିଥିବାର ଫଟୋ ସମ୍ପ୍ରତି ସାମାଜିକ ଗଣମାଧ୍ୟ‌ମରେ ଭାଇରାଲ୍‌ ହେଉଛି। ଏଭଳି ପଦ‌କ୍ଷେପକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ମଧ୍ୟ ଖୁବ୍‌ ପ୍ରଶଂସା କରିଛନ୍ତି।

publive-image Image Courtesy of India Today

ଏହି ଫଟୋକୁ ‘ଟୁଇଟର୍‌’ ପୋଷ୍ଟ୍‌ରେ ସେୟାର୍‌ କରି ‘ବିଜେପି’ର ଜାତୀୟ ମୁଖପାତ୍ର ଜୟବୀର ଶେର୍ଗିଲ୍‌ କହିଛନ୍ତି, ‘ଝଣ୍ଡା ଉଁଚା ରହେ ହମାରା’। ଲଣ୍ଡନ୍‌ସ୍ଥିତ ହାଇକମିସନ୍‌ରେ ଉଡୁଥିବା ଭାରତର ଜାତୀୟ ପତାକାକୁ ଅବମାନନା କରିବା ଲାଗି ଉଦ୍ୟମ କରିଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ ଇଂଲଣ୍ଡ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଜାତିର ସେବା ଓ ସୁରକ୍ଷା ନିମନ୍ତେ ପଞ୍ଜାବ ଓ ପଞ୍ଜାବୀମାନଙ୍କର ମହତ୍ତ୍ବପୂର୍ଣ୍ଣ ରେକର୍ଡ ରହିଛି। ଇଂଲଣ୍ଡ୍‌ରେ ବସିଥିବା ଅଳ୍ପ କେତୋଟି ପୁତ୍ତଳିକା ପଞ୍ଜାବର ପ୍ରତିନିଧିତ୍ବ କରନ୍ତି ନାହିଁ।

ଉଲ୍ଲେଖଯୋଗ୍ୟ, ଖଲିସ୍ତାନୀ ସମର୍ଥକମାନେ ଭାରତର ଜାତୀୟ ପତାକା ଅବତରଣ କରାଉଥିବା ଦୃଶ୍ୟ ଦେଶବାସୀଙ୍କୁ କ୍ରୋଧାନ୍ବିତ କରିଛି। ଅନେକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

ଏ ସଂକ୍ରାନ୍ତରେ ଅବଗତ କରାଇବା ଲାଗି ରବିବାର ବିଳମ୍ବିତ ସନ୍ଧ୍ୟାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ବ୍ରିଟିସ୍‌ ଡେପୁଟି ହାଇକମିସନର୍‌ କ୍ରିଷ୍ଟିନା ସ୍କଟ୍‌ଙ୍କୁ ଡକାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe